Masthead

ହୋଷ୍ଟ୍ ଭାବରେ ନଜର ଆସିବେ ରଣବୀର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବିଗ୍ ବି ଶାହାରୁଖ୍ ଓ ସଲମାନଙ୍କ ପରେ ଏବେ ହୋଷ୍ଟ୍ ସାଜିବେ ବଲିଉଡର ବାଜିରାଓ । ତାଙ୍କୁ ଏବେ ଦେଖିବାକୁ ମିଳିବ ଟିଭି ପରଦାରେ । ‘ଦ ବିଗ୍ ପିକ୍ଚର’ ଶୋ ଜରିଆରେ ଛୋଟ ପରଦାରେ ଏଣ୍ଟ୍ରି କରିବେ ଷ୍ଟାଇଲିସ୍ ଷ୍ଟାର ରଣବୀର ସିଂ । ଫିଲ୍ମରେ ନିଜ ଅଭିନୟ ମାଧ୍ୟ ମରେ ଦର୍ଶକଙ୍କୁ ପଗଳ କରିଥିବା ରଣବୀର ଏବେ ଛୋଟ ପରାଦାରେ ବି ଧମାଲ କରିବେ । ତେବେ ଏହି ପ୍ରୋଜେକ୍ଟକୁ ନେଇ ରଣବୀର କହିଛନ୍ତି ଯେ, ଜଣେ କଳାକାର ଭାବେ ଫ୍ୟାନ୍ସ ମତେ ଖୁବ୍ ଭଲ ପାଇବା ଦେଇଛନ୍ତି । ଏବେ ଜଣେ ହୋଷ୍ଟ ଭାବରେ ଦର୍ଶକଙ୍କୁ ଏଣ୍ଟରଟେନ୍ କରିବି ।

ତେବେ ଏହିତ କଥାର ଖୁଲାସା ରଣବୀର ବିଗ୍ ବସ୍ ସିଜିନ୍ -୧୫ର ମଞ୍ଚରେ କରିଛନ୍ତି । ବିଗ୍ ବସ୍ ର ନୂଆ ସିଜିନ୍ ଆଜି ଟେଲିକାଷ୍ଟ୍ ହେବ । କିନ୍ତୁ ତା ପୂର୍ବରୁ ସୋ ର କିଛି ପ୍ରମୋ ଘୂରି ବୁଲୁଛି ସୋସିଆଲ ମିଡିଆରେ । ଯେଉଁଥିରେ ରଣବୀର ଓ ବିଗ୍ ବସ୍ ହୋଷ୍ଟ ସଲମାନ ଖାନ୍ ନଜର ଆସିଛନ୍ତି । ତେବେ ଶୁଣିବାକୁ ମିଳିଛି ଯେ ରଣବୀର ନିଜ ଶୋ’ ‘ଦ ବିଗ୍ ପିକ୍ଚର’ କୁ ପ୍ରମୋଟ୍ କରିବାକୁ ବିଗ୍ ବସ୍ ଶୋ’ ରେ ପହଞ୍ଚିଛନ୍ତି । ଏବଂ ବିଗ୍ ବସ୍ ର ପ୍ରିମିୟର ଶୋ’ ରେ ରଣବୀର ଓ ସଲମାନ୍ ଖୁବ୍ ମସ୍ତି କରୁଥିବାର ମଧ୍ୟ ଦେଖିବାକୁ ମିଳିବ ।

ତେବେ କିଛିଦିନ ପୂର୍ବରୁ ରଣବୀର ଏହି ଶୋ’ ର ପ୍ରମୋ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଫିଲ୍ମି ଦୁନିଆରୁ ସିଧା ହୋଷ୍ଟ ଭାବେ ସେ ଟେଲିଭିଜନ୍ ଦୁନିଆରେ ଏଣ୍ଟ୍ରି କରି ଥିବାରୁ ତାଙ୍କ ଫ୍ୟାନ୍ସ ବି ବେଶ୍ ଖୁସି ହୋଇଛନ୍ତି । କାହିଁକିନା ଏବେ ସବୁବେଳେ ଟେଲିଭିଜନ୍ ପରଦାରେ ନଜର ଆସିବେ ରଣବୀର । ତେବେ ରଣବୀରଙ୍କ ଫିଲ୍ମ କଥା କହିବାକୁ ଜଲେ ଏବେ ତାଙ୍କ ଅପକମିଙ୍ଗ ଫିଲ୍ମ ‘୮୩’ ରିଲିଜ୍ ଅପେକ୍ଷାରେ ରହିଛି । ଯେଉଁଥିରେ ସେ କପିଲ୍ ଦେବ୍ ଙ୍କ କ୍ୟାରେକ୍ଟର ପ୍ଲେ କରିବେ । ଏହା ବ୍ୟତିତ ଫିଲ୍ମ ‘ସୁର୍ଯ୍ୟବଶୀଂ’, ‘ସର୍କସ୍’ , ‘ରକି ଔର ରାନୀ କି ପ୍ରେମ୍ କାହାନୀ’ ଭଳି କିଛି ଦମଦାର ମୁଭିରେ ବି ଖୁବ୍ଶୀଘ୍ର ନଜର ଆସିବେ ରଣବୀର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍