Masthead

ଭାରତରେ ତିଆରି ହେବ ରାଫେଲ : ମେକ୍ ଇନ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ପ୍ରତିରକ୍ଷା ସହଯୋଗ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ପାଇଁ ଦୁଇ ରାଷ୍ଟ୍ରମୁଖ୍ୟ ନିଷ୍ପତ୍ତି ନେଇଛନ୍ତି । ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ରାଫେଲ୍ ଲଢୁଆ ବିମାନ ଓ ପେନଥର୍ ହେଲିକେପ୍ଟର ଭାରତରେ ନିର୍ମାଣ କରିବାକୁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି । ଫ୍ରାନ୍ସ ରାଫେଲ ଯୁଦ୍ଧ ବିମାନର ୭୦ପ୍ରତିଶତ ଏବଂ ପେନଥର୍ ହେଲିକେପ୍ଟରର ୧୦୦ ପ୍ରତିଶତ ଯନ୍ତ୍ରାଶଂ ଯୋଗାଇ ଦେବ । ବୈଶୟିକ ଜ୍ଞାନ କୌଶଳ ମଧ୍ୟ ଫ୍ରାନ୍ସ ଭାରତକୁ ଦେବ । ବୈଶୟିକ ଜ୍ଞାନ କୌଶଳ ଓ ଯନ୍ତ୍ରାଶଂକୁ ଏକତ୍ରିତ କରି ଭାରତ ନିର୍ମାଣ କରିବ ରାଫେଲ୍ ଓ ପେନଥର୍ ହେଲିକେପ୍ଟର । ଶନିବାର ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିବା ବୈଠକରେ ଏହି ସୂଚନା ଦିଆଯାଇଛି । ଏହା ଥିଲା ଭାରତ-ଫ୍ରାନ୍ସ ମଧ୍ୟରେ ୩୪ତମ ଷ୍ଟ୍ରାଟେଜିକ ବୈଠକ । ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ରାଫେଲ ଓ ପେନଥର୍ ହେଲିକେପ୍ଟର ମୂଲ୍ୟ କମ ରହିବ । ଦୁଇ ଦେଶ ମଧ୍ୟରେ ଏହି କଥାବାର୍ତ୍ତା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ କୂଟନୈତିକ ପରାମର୍ଶଦାତାଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ