Masthead

ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ଦୁଷ୍କର୍ମକାରୀ ଅଟୋ ଡ୍ରାଇଭର ବିଶାଖାପାଟଣାରୁ ଗିରଫ

ସୋର(ବଡ଼ ଖବର ବ୍ୟୁରୋ):  ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ନାଵାଳିକା ଦୁଷ୍କର୍ମ ମାମଲାରେ ଅଟୋ ଡ୍ରାଇଭରକୁ ଗିରଫ କଲା ଖଇରା ପୋଲିସ । ସ୍କୁଲରୁ ଘରକୁ ଫେରୁଥିବା ବେଳେ କୁପାରୀ ବସଷ୍ଟାଣ୍ଡରୁ ଉଠାଇ ନେଇ ଏକ ନିଛାଟିଆ ଜଙ୍ଗଲରେ ଦୁଷ୍କର୍ମ ପରେ ଫେରାର ହୋଇଯାଇଥିଲା ଅଟୋ ଡ୍ରାଇଭର । ନାବାଳିକା ଜଣଙ୍କ ଏବାବଦରେ ପରିବାର ଲୋକଙ୍କୁ ଜଣାଇବା ପରେ, ପରିବାର ଲୋକେ ଖଇରା ଥାନାରେ ଅଭିଯୋଗ କରିଥିଲେ ।

ଘଟଣା ପରେ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିଲା। ଖଇରା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଦୁଷ୍କର୍ମକାରୀ ଅଟୋ ଡ୍ରାଇଭରକୁ ଧରିବାକୁ ୪ଜଣିଆ ପୋଲିସ ଟିମ ଗଠନ କରାଯାଇଥିଲା । ଅଟୋ ଡ୍ରାଇଭରର ମୋବାଇଲକୁ ଟ୍ରାକ ସେ ବିଶାଖାପାଟଣାରେ ଲୁଚି ରହିଥିବା ଜାଣିବାକୁ ପାଇଥିଲା ଖଇରା ପୋଲିସ । ବିଶାଖାପାଟଣା ପୋଲିସର ସହାୟତାରେ ଚଢ଼ାଉ କରି ଅଟୋ ଡ୍ରାଇଭରକୁ ଗିରଫ କରିଛି ଖଇରା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ