Masthead

କାର୍ଡ ଅଛି, ଚାଉଳ ନାଇଁ

ଦଶପଲ୍ଲା, (ବଡ଼ ଖବର ବ୍ୟୁରୋ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଜାମେଣ୍ଢି ପଞ୍ଚାୟତରେ ରାସନକାର୍ଡ ଦୁର୍ନୀତି । ପ୍ରଧାନପଡ଼ା ଗାଁର ୬୧ ବର୍ଷୀୟ ପଦ୍ମଚରଣଙ୍କ ପାଖରେ ରାସନକାର୍ଡ ଥାଇ ମଧ୍ୟ ତାଙ୍କୁ ମିଳୁନାହିଁ ରାସନ । ତାଙ୍କ କାର୍ଡରେ ଅନ୍ୟ କେହି ଚାଉଳ ଓ ଗହମ ଉଠାଇ ନେଉଛି । ଦୀର୍ଘ ଦୁଇବର୍ଷ ହେବ ଏଭଳି ଚାଲିଛି । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଦ୍ଧା ସୁଫଳ ପାଉ ନାହାନ୍ତି ହିତାଧିକାରୀ ପଦ୍ମଚରଣ ।

ପଦ୍ମଚରଣଙ୍କ ପରିବାର କହିଲେ ସ୍ତ୍ରୀ ଓ ଝିଅ । ଝିଅ ବାହା ହେବା ପରେ ସ୍ୱାମୀ ସ୍ତ୍ରୀ ଏକାକୀ ଜୀବନ କାଟୁଛନ୍ତି । ବୟସର ଅପରାହ୍ନରେ ପହଞ୍ଚିଥିବା ପଦ୍ମଚରଣ ଓ ତାଙ୍କ ସ୍ତ୍ରୀ ସରକାରୀ ସହାୟତାରୁ ବଞ୍ଚିତ । ରାସନକାର୍ଡ ପାଇଥିଲେ ସୁଦ୍ଧା ମିଳୁନି ରାସନ । ତାଙ୍କ କାର୍ଡରେ ଅନ୍ୟ କେହି ଚାଉଳ ଉଠାଉଥିବା ଶୁଣିବାକୁ ମିଳୁଛି । ଏନେଇ ବ୍ଲକର ଯୋଗାଣ ଅଧିକାରୀଙ୍କୁ ପଚାରିଥିଲେ ସୁଦ୍ଧା ସେ ଏହାକୁ ଏଡ଼ାଇ ଦେଇଛନ୍ତି । ବାରମ୍ବାର ବ୍ଲକକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଉ ରାସନ ପାଇବାକୁ ଭୁଲିଯାଇଛନ୍ତି ପଦ୍ମଚରଣ । ରାସନକାର୍ଡରେ ରାସନ ମିଳିଲେ ବାକି ଜୀବନ କାଟିଦିଅନ୍ତି ବୋଲି ‘ବଡ଼ ଖବର’କୁ କହିଛନ୍ତି ପଦ୍ମଚରଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା