Masthead

‘ଏକ୍ ଚୁଟକି ସିନ୍ଦୁର’ଡାଏଲଗକୁ ରି-କ୍ରିଏଟ୍ କଲେ ରଶ୍ମିକା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାଉଥ ଜଗତର ବିଉଟି କୁଇନ୍ ରଶ୍ମିକା ମନ୍ଦାନା ଏବେ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆଗକୁ ଆସୁଛି ତାଙ୍କର ଦୁଇ ଦୁଇଟି ବଲିଉଡ ମୁଭି । ଗୋଟିଏରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନଜର ଆସୁଥିବା ବେଳେ ଆଉ ଗୋଟେ ମୁଭିରେ ସେ ବିଗ୍ ବି ଅମିତାଭଙ୍କ ସହ ସ୍କ୍ରିନ୍ ସେୟାର କରିବେ । ତେବେ ସାଉଥରୁ ସେ ଏବେ ବଲିଉଡରେ ଏଣ୍ଟ୍ରି କରୁଥିବାରୁ ବଲିଉଡର କିଛି ସୁପରହିଟ ମୁଭିର ଡାଏଲଗ୍ ଏବେ ଶୁଣିବାକୁ ମିଳୁଛି ରଶ୍ମିକାଙ୍କ ମୁହଁରେ । ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ର ପପୁଲାର ଡାଏଲଗ ‘ଏକ୍ ଚୁଟକି ସିନ୍ଦୂର’ କୁ ରିକ୍ରିଏଟ କରିଛନ୍ତି ରଶ୍ମିକା । ଫୁଲ ଦମ୍ରେ ନିଜ ଏକ୍ସପ୍ରେସନ ସହ ସେ ଏହି ଡାଏଲଗ କହିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁସାରେ ଏକ ସାକ୍ଷାତକାରରେ ରଶ୍ମିକା ଏହି ଡାଏଲଗ୍ କହିଛନ୍ତି । ଏହା ସହ ତାଙ୍କର ଏହି ଡାଏଲଗଟି ସ୍କୁଲ ଦିନରୁ ପସନ୍ଦ ଥିଲା ବୋଲି ସେ ଫ୍ୟାନ୍ସଙ୍କୁ ଜଣାଛନ୍ତି । ଏହି ଡାଇଲଗକୁ ନେଇ ସେ ସ୍କୁଲରେ ଅନେକ ଅଭିନୟ କରିଥିବା ମଧ୍ୟ କହିଛନ୍ତି । ତେବେ ରଶ୍ମିକାଙ୍କ ମୁହଁରେ ଏହି ଡାଏଲଗ୍ ଦେଖି ସେପଟେ ଦୀପିକା ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାକୁ ରି-ସେୟାର କରି ଅଦ୍ଭୁତ ବୋଲି ଲେଖିଛନ୍ତି । କହିବାକୁ ଗଲେ ସାଉଥ ସୁନ୍ଦରୀ ରଶ୍ମିକାଙ୍କୁ ନିଜ କ୍ୟାରେକ୍ଟରରେ ଦେଖି ବେଶ୍ ଖୁସି ହୋଇଛନ୍ତି ଦୀପିକା ।

ତେବେ ରଶ୍ମିକାଙ୍କ ୱର୍କଫଣ୍ଟ ବିଷୟରେ କହିବାକୁ ଗଲେ ସେ ଏବେ ବଲିଉଡ ଇଣ୍ଡଷ୍ଟ୍ରିରେ ନଜର ଆସିବେ । ସେଥିପାଇଁ ସେ ଫୁଲ ଦମରେ ପ୍ରିପେୟାରେଶନ ମଧ୍ୟ ଜାରି ରଖିଛନ୍ତି । ଖୁବ୍ ଶୀଘ୍ର ସେ ଫିଲ୍ମ ‘ମିଶନ ମଜନୁ’ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ତାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ ଷ୍ଟାର୍ଟ ହୋଇ ସାରିଥିବା ବେଳେ ଅନେକ ସମୟରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି । ଉଭୟଙ୍କ କେମେଷ୍ଟ୍ରି ଅଫ୍ ସ୍କ୍ରିନ୍ ହିଟ୍ ହୋଇ ସାରିଥିବା ବେଳେ କେବଳ ପରଦାରେ ଦେଖିବାକୁ ବାକି ରହିଲା । ଏହା ବ୍ୟତିତ ତାଙ୍କ ହାତରେ ଆଉ ଏକ ବିଗ୍ ବଜେଟ ବଲିଉଡ ମୁଭି ମଧ୍ୟ ରହିଛି । ଫିଲ୍ମ ‘ଗୁଡବାୟ’ରେ ବି ତାଙ୍କୁ ଦେଖିବାକୁ ମିଳିବ । ଏଥିରେ ସେ ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ନଜର ଆସିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ