Before Header

କାହା ସପକ୍ଷରେ ଯିବ ଦକ୍ଷିଣ ଓଡ଼ିଶା

0 1,115

ରାୟଗଡା (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ହଟସ୍ପଟ୍ ପାଲଟିଛି ଦକ୍ଷିଣର ସଂସଦୀୟ କ୍ଷେତ୍ର। ବ୍ରହ୍ମପୁର, ନବରଙ୍ଗପୁର ଓ କୋରାପୁଟ ନଜରରେ ରହିଛି । ଆଦିବାସୀ ଅଧ୍ୟୁଷିତ ଭାବେ ରାୟଗଡା ବେଶ ପରିଚିତ ଲାଭ କରିଥିଲେ ସୁଦ୍ଧା ୨୪ ନିର୍ବାଚନରେ ତାକୁ ବାଦଦେଇ ପାଲଟିଛି ନିର୍ବାଚନର ରଣଭୂମି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଯାଉଛି ମତଦାନ। ମେ ୧୩ରେ ପଡ଼ିବ ଭୋଟ। ଟେନସନରେ ଏବେ ପ୍ରାର୍ଥୀଙ୍କ ସହ ଦଳ । ଆଖିରୁ ହଜୁଛି ନିଦ।ହାତରେ ରହିଛି ଖୁବ୍ କମ୍ ସମୟ । ସବୁ ଆସନ ଉପରେ ଏବେ ସମସ୍ତଙ୍କର ରହିଛି ଆଖି। ଆସନ ଗୁଡ଼ିକୁ ଦଖଲ କରିବା ପାଇଁ ଯେଣେତେଣେ ବୁଦ୍ଧି ହେଉଛି ଅପ୍ଲାଏ। ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛନ୍ତି ଦଳ ଓ ନେତା। ଛାତି ହେଉଛି ଧଡ ଧଡ୍ । ତନ୍ ତନ କରି ନିଜର ନିର୍ବାଚନୀ ପରିଚାଳନାର କରୁଛନ୍ତି ଆଲୋଚନା ପର୍ଯ୍ୟାଲୋଚନା। କେଉଁଠି ନ ରହୁ ଟିକେ ବି ଲାକୁନ। ଜିତିବାର ଲକ୍ଷ ନେଇ ଆଗେଇ ଚାଲିଥିବା ବେଳେ ପ୍ରତିଦ୍ୱନ୍ଦିର ଗୋଟି ଚାଳନାକୁ ନେଇ ମନରେ ହାରିବାର ଭୟ ମାରୁଛି ଉଙ୍କି।କୋରାପୁଟ ସଂସଦୀୟ କ୍ଷେତ୍ରର ରାୟଗଡ଼ା ଜିଲ୍ଲାର ତିନି ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳ ନଜର ।କିନ୍ତୁ ବିଦ୍ରୋହ ନାହିଁ କମି । ବିଗାଡି ପାରନ୍ତି ଆସୋନ୍ତୁଷ୍ଟ ଗୋଷ୍ଠୀ ଦଳଙ୍କ ଅଙ୍କ। ସାଜି ପାରନ୍ତି ୨୪ ମହା ଲଢେଇରେ କଣ୍ଟା।ବିଜେଡି-ବିଜେପି ଓ କଂଗ୍ରେସ ଆରମ୍ଭ ହୋଇଛି ମୁଣ୍ଡ ବିନ୍ଧା ।

ତିନିକୁ ତିନି ଆସନରେ ଏବେ ଗଡ଼ବଡ଼।କାହାର ବି ନାହିଁ ଦମ୍ । ବଳ ଦେଖାଇବା ପାଇଁ ଶକ୍ତି ପ୍ରଦର୍ଶନ । ଏହାରି ଭିତରେ ପ୍ରଚାରର ମଙ୍ଗ ଧରିଲେଣି ହେଭିୱେଟ। ଦଳ ଓ ପ୍ରାର୍ଥୀଙ୍କ ପାଇଁ କଲେଣି ଭୋଟ ଭିକ୍ଷା ।ଦିନେ ରାଜ୍ୟରେ ଦକ୍ଷିଣ ଗଡ଼କୁ ନେଇ ନିଜର ପତିଆର ଜାହିର କରିଆସୁଥିବା ହାତ ଦଳ କିନ୍ତୁ ସେତେଟା ଆଉ ଆଖି ଦୃଷୀୟ ସିଟ ଦଳ ହାତେଇ ପାରୁନି। କିନ୍ତୁ ୨୦୧୯ ଇଲେକ୍ସନରେ ରାଜ୍ୟର ୨୧ ଲୋକସଭା ଆସନରେ କଂଗ୍ରେସ ଧୂଳିରେ ଲେଟିଥିବା ବେଳେ ବଳ ଦେଇଥିଲା ଦକ୍ଷିଣର କେନ୍ଦ୍ରବିନ୍ଦୁ ଥିବା କୋରାପୁଟ ସଂସଦୀୟ କ୍ଷେତ୍ରର ରଖିଥିଲା କଂଗ୍ରେସର ମାନ ସମ୍ମାନ। ନିର୍ବାଚିତ କରି ଲୋକସଭାକୁ ପଠାଇଥିଲେ କୋରାପୁଟବାସୀ। ଗାନ୍ଧୀ ପରିବାର ପ୍ରତି ରହିଥିବା ଭଲ ପାଇବାକୁ ଦେଖାଇଥିଲେ। ଆଉ ଚଳିତ ୨୦୨୪ ନିର୍ବାଚନରେ ବି ଦଳର ପ୍ରଥମ ଚୟସ ଭାବେ ରହିଛି ଦାକ୍ଷିଣାତ୍ୟ।ଗଡ଼କୁ ଫେରାଇ ଆଣିବା ପାଇଁ ପ୍ରସ୍ତୁତ ହୋଇଛି ଚୁଡାନ୍ତ। ହୁଏତ କାର୍ଯ୍ୟକାରୀର ଆରମ୍ଭ ଦିନ ତଥା ମେ ୩ ତାରିଖ ଶୁକ୍ରବାର ଦିନ ମଇଦାନକୁ ଓହ୍ଲାଇ ଧରିଥାନ୍ତେ ପ୍ରଚାର ମଙ୍ଗ । ପୁଣି ଗାନ୍ଧି ପରିବାର ପ୍ରତି ଥିବା ଆଦରକୁ ଦେଖାଇବା ପାଇଁ ଧାଇଁ ଆସିଥିଲେ ଏହି ଚାରି ସଂସଦୀୟର ଲକ୍ଷଧିକ ସମର୍ଥକ। ହେଲେ ନିଜର ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଗସ୍ତକୁ ବାତିଲ କରିଥିଲେ କଂଗ୍ରେସର ଯୁବ ରାଜ ତଥା ପୂର୍ବତନ ଏଆଇସିସିର ସଭାପତି ସାଂସଦ ରାହୁଲ ଗାନ୍ଧି।

କିନ୍ତୁ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ଆଭାସି ଜରିଆରେ କ୍ଷମା ପ୍ରାର୍ଥନା କରିବା ସହ ଖେଳିଥିଲେ ଗ୍ୟାରେଣ୍ଟି କାର୍ଡ ଆଉ ମାଗିଥିଲେ ଭୋଟ।ଆସିବାର ପ୍ରତିଶ୍ରୁତି ଦେଇଥିବାରୁ କୁହାଯାଉଛି କି ପ୍ରଚାର ବନ୍ଦ ପୂର୍ବରୁ ଦକ୍ଷିଣ ଗଡ଼ରେ ଜୋରଦାର ପ୍ରଚାର କରିବା ପାଇଁ କଂଗ୍ରେସ ଓ ରାହୁଲ ହେଉଛନ୍ତି ପ୍ରସ୍ତୁତ ।କୌଣସି ମୁହୂର୍ତ୍ତରେ ମାରିପାରନ୍ତି ଲମ୍ଫ। ରାୟଗଡ଼ାକୁ ଖାତାରେ ରଖିବା ସହ ଅନ୍ୟ ଆସନକୁ କବଜା କରିବାକୁ ଚାଲିଛି ମାନସ ମନ୍ଥନ ।ଶାସକ ବିଜେଡି ଷଷ୍ଠ ଥର ସରକାରକୁ ଆସିବା ଓ ଓଡ଼ିଶାର ସମସ୍ତ ସାଂସଦ ଆସନକୁ ନିଜର ଦଖଲକୁ ନେବା ପାଇଁ ଆରମ୍ଭ କରିଥିବା କୌଶଳକୁ ଦାକ୍ଷିଣାତ୍ୟରୁ ହିଁ କରିଛି ଶୁଭ। ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟେ ଦିନରେ ସମସ୍ତ ସଂସଦୀୟ କ୍ଷେତ୍ରରେ ଦେଇଛନ୍ତି ଶଙ୍ଖ ନାଦ। ୧୯ ଭଳି ଗୋଟେ ଆସନକୁ ହାତ ଛଡା କରିବାକୁ ଚାହୁନାହାନ୍ତି ନବୀନ। ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରି ବିରୋଧୀଙ୍କୁ ଶାଣିତ ସ୍ଵରରେ କରିଚାଲିଛନ୍ତି ଘାଇଲା। ହେଲେ ସେତେଟା ଆଖି ଦୃଶୀୟା।ଆହୁରି କେମିତି ଲୋକଙ୍କ ସହ ଯୋଡ଼ି ହୋଇ ଦଳକୁ ମଜଭୁତ କରି ହେବ ପ୍ରାର୍ଥୀଙ୍କୁ ଭଲ ଭୋଟ ମିଳିବ ସେନେଇ ନବୀନ ଦେଖାଉଛନ୍ତି ତାଙ୍କ ପ୍ରତି ଥିବା କ୍ରେଜ୍। ଗୋଟେ ଦିନରେ କରିଛନ୍ତି ମାରାଥନ ପ୍ରଚାର । ରାୟଗଡାକୁ ଫୋକସରେ ରଖି ଜିଲ୍ଲାର ମଧ୍ୟ ଭାଗରେ କରିଥିଲେ ଜନସଭା।

ସେମିତି ଆଗକୁ ବଢ଼ିଚାଲିଛି ବିଜେପି। ୨୯ରେ ସିନା ଦକ୍ଷିଣରେ ଖାତା ଖୋଲି ପାରିନଥିବା ପଦ୍ମ ତାର ପୁନାର୍ବୃତି କରିବାକୁ ଆଉ ଚାହୁନି।ଦଳ ପୁରା ହୋଇଛି ସମ୍ପୂର୍ଣ୍ଣ ସଜାଗ। ହେଭିୱେଟଙ୍କୁ ଓହ୍ଲାଇବା ପୂର୍ବରୁ ନିଜେ ମାପିଛି ଦଳ ପ୍ରତି ଥିବା ଲୋକଙ୍କର ସ୍ନେହ। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ପଠାଇ ସମସ୍ତ ବନ୍ଧନକୁ ଭେଦ କରି ପଦ୍ମ ଫୁଟାଇବା ପାଇଁ ଚାଲିଥିବା ଆକ୍ସନ ପ୍ଲାନରେ ଆହୁରି ବଳ ଯୋଗାଇବାକୁ ୬ରେ ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ତଥା ଦଳର ପୋଷ୍ଟର ବୟ ନରେନ୍ଦ୍ର ମୋଦି।କରିବେ ସମାବେଶ ସାଙ୍ଗକୁ ରାଲି।ଦଳ ଓ ନେତାଙ୍କୁ ଦେବେ ସଞ୍ଜିବନୀ। ଓଡ଼ିଶାବାସୀଙ୍କ ମନ ଜିଣିବା ପାଇଁ ଖେଳିବେ ମୋଦି କାଡ଼। ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ କେତେ ଗୁରୁତ୍ଵ କାହା ପାଇଁ ଦକ୍ଷିଣ ଆସନ। ହାତରେ ସମୟରେ ଅଭାବ ଥିବାରୁ ଯେତେ ଜଲଦି ଆହୁରି ଆହୁରି ଷ୍ଟାର ଏବଂ ହେଭିୱେଟଙ୍କୁ କ୍ଷେତ୍ରରେ ଯୋଦ୍ଧା କରିବା ପାଇଁ ହେଉଛି ପ୍ଲାନ।ସେଥିପାଇଁ ତ କୁହାଯାଉଛି ଗଡ଼ ଓ ନିଜର ପତିଆରା ଜାହିର କରିବା ପାଇଁ ହେଉଛି ଅଙ୍କକଷା। କୋରାପୁଟକୁ ନେଇ ହେଉଛି ନୂଆ ରାଜନୀତିର ରୂପ ରେଖା। କିନ୍ତୁ ଯେତେ ପରେ ବି ଗଣତନ୍ତ୍ରରେ ଜନତା ହିଁ ମାଲିକ। ସେ କାହାକୁ କରୁଛନ୍ତି ନିର୍ଣ୍ଣୟ ତାହା ହିଁ ଗୋଟେ ସତ୍ୟ ।ଆଉ ଯେତେ ଯାହା ଆଲୋଚନା ଚର୍ଚ୍ଚା କଲେ ବି ତାହା ନିମିତ୍ତ ମାତ୍ର।

Leave A Reply

Your email address will not be published.