Masthead

ଛାତ୍ରୀଙ୍କୁ ମାରି ଫିଙ୍ଗିଦେଲେ

ଯାଜପୁର (ବଡ଼ ଖବର ବ୍ୟୁରୋ): ରମା କଲେଜ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାଜପୁର ଜିଲ୍ଲା ରାଜେନ୍ଦ୍ରପୁର ପଞ୍ଚାୟତ ମୂଳାପାଳ ଦିଆଲଖଣ୍ଡି ରାସ୍ତାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତେବେ ଦୁଇଜଣ ଯୁବକ ତାଙ୍କୁ ସ୍କୁଟି ନେଇ ଯାଇଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି । ସେପଟେ ମୃତଦେହକୁ ମଧ୍ୟ ଦୁଇଜଣ ଯୁବକ ସ୍କୁଟିରେ ନେଇ ଆସିଥିବା ସିସିଟିଭିରେ କଏଦ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ତରୁଣ୍ଡେଇପଶି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ । ସେ ଭୁବନେଶ୍ୱର ରମାଦେବୀ କଲେଜରେ ପାଠ ପଢ଼ୁଥିଲେ । ଗତ ୨୪ ତାରିଖରେ ଝଡେଶ୍ୱର ବସରେ ଭୁବନେଶ୍ୱର ଯାଇଥିବା କହିଛନ୍ତି ତାଙ୍କ ବାପା । ତେବେ ଆଜି ଝିଅ କିପରି ଯାଜପୁରରେ ପହଞ୍ଚିଲା ତାକୁ ନେଇ ଉଠିଛି ପ୍ରଶ୍ନ । ସବୁଠାରୁ ବଡ଼ କଥା ହେଉଛି ସିସିଟିଭିରେ କଏଦ ହୋଇଥିବା ଯୁବକ ଦୁଇଜଣ କିଏ ତାଙ୍କୁ ନେଇ ମଧ୍ୟ ଉଠିଛି ପ୍ରଶ୍ନବାଚୀ । ସେମାନେ କାହିଁକି ଝରାଫୁଲକୁ ମର୍ଡର କଲେ? ସେମାନଙ୍କ ସହ ଝରାଫୁଲଙ୍କ କଣ ସମ୍ପର୍କ? ଏଭଳି ଅନେକ ପ୍ରଶ୍ନବାଚୀ ଏବେ ସାଧାରଣରେ ଉଙ୍କି ମାରିଛି । ସେପଟେ ପୋଲିସ ଘଟଣାର ତନାଘନା କରୁଥିବା ବେଳେ ମୃତକଙ୍କ ଗାଁରେ ଖେଳିଯାଇଛି ଶୋକର ଛାୟା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି