Masthead

ଶରଦ ପାୱାରଙ୍କ ଇସ୍ତଫାକୁ ପ୍ରତ୍ୟାଖ୍ୟାନ

ମହାରାଷ୍ଟ୍ର  (ବଡ଼ ଖବର ବ୍ୟୁରୋ): ଶରଦ ପାୱାରଙ୍କ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରି ଜାତୀୟତାବାଦୀ କଂଗ୍ରେସ ପାର୍ଟି ଶୁକ୍ରବାର ଏକ ସଂକଳ୍ପ ପାରିତ କରିଛି । ଶରଦ ପାୱାର ପ୍ରତିଷ୍ଠା କରିଥିବା ଦଳର ନେତୃତ୍ୱ ନିଜେ ଜାରି ରଖିବାକୁ ଦଳର କାର୍ଯ୍ୟକର୍ତ୍ତାମାନେ ଅନୁରୋଧ କରିଛନ୍ତି ବୋଲି ବରିଷ୍ଠ ଏନସିପି ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି। ଶରଦ ପାୱାର ସଭାପତି ପଦବୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିବାର କିଛିଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ ଏନସିପି ନେତା ପ୍ରଫୁଲ୍ଲ ପଟେଲ ଗଣମାଧ୍ୟମକୁ କମିଟିର ନିଷ୍ପତ୍ତି ଘୋଷଣା କରିବା ପରେ ଏନସିପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।

ଶରଦ ପାୱାର ଦଳର ସଭାପତି ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆମେ ସର୍ବସମ୍ମତି କ୍ରମେ ଇସ୍ତଫା ପ୍ରତ୍ୟାଖ୍ୟାନ କରିଛୁ। ଆମେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛୁ ଯେ ତାଙ୍କୁ ଦଳର ସଭାପତି ଭାବରେ କାର୍ଯ୍ୟ କରିବାକୁ ଅନୁରୋଧ କରିବୁ ବୋଲି ଗଣମାଧ୍ୟମକୁ ପ୍ରଫୁଲ୍ଲ ପଟେଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କିଛିଦିନ ମଧ୍ୟରେ ଦେଶର ବହୁ ବରିଷ୍ଠ ନେତା ଶରଦ ପାୱାରଙ୍କୁ ଭେଟି ସେମାନଙ୍କ ମନ କଥା ପ୍ରକାଶ କରିଥିଲେ। ବିଭିନ୍ନ ଜିଲ୍ଲାର କ୍ୟାଡରମାନେ ମଧ୍ୟ ଶରଦ ପାୱାର ସଭାପତି ରୁହନ୍ତୁ ବୋଲି ଚାହୁଁଛନ୍ତି । ପ୍ରଫୁଲ୍ଲ ପଟେଲ କହିଛନ୍ତି ଶରଦ ପାୱାର ଦଳୀୟ ମୁଖ୍ୟ ଭାବରେ ଇସ୍ତଫା ଦେବା ଉଚିତ୍ ନୁହେଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି