Masthead

ଲାଲ ଟୁକୁଟକୁ ସାଧବ ବୋହୂ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଷାଢ ଆସେ, ଆଉ ମୌସୁମୀ ପିଣ୍ଡରେ ପ୍ରାଣ ଭରି ଦିଏ । ପ୍ରଥମ ଶ୍ରାବଣ ବିନ୍ଦୁ ଯେବେ ଶୁଖିଲା ମାଟିକୁ ସ୍ପର୍ଶ କରେ ଚାରିଆଡେ ମହକି ଉଠେ ଓଦା ମାଟିର ଅଭୁଲା ସୁଗନ୍ଧ । ଏହାହିଁ ଆଷାଢର ଆଗମନ ଆଉ ମୌମୁସୀର ପ୍ରଥମ ପ୍ରେମର ଚିଠି । ଆଉ ମୌମୁମୀ ଆସିଛି ବୋଲି ବାର୍ତ୍ତା ନେଇ ଆସେ ରୂପ ରାଇଜର ରାଣୀ । ସବୁଜ ଘାସର ନରମ ଗାଲିଚା । ଧିରେ ଧିରେ ପାଦ ବଢାଏ । ସତେ ଯେମିତି ପ୍ରକୃତି ରାଣୀ ନିଜ ଲାଲ ଟୁକୁଟୁକୁ ପାଦରେ ଅଳତା ମାଖି ହୋଇଛି । ଅଳ୍ପ ଲାଜରେ ନାଲି ରଙ୍ଗର ଓଢଣୀ ପକାଇ ପୃଥବୀକୁ ଚୁମ୍ବନ ଦିଏ । ସାଧବ ବୋହୂ । ମେଘ ମହ୍ଲାରର ତାଳେ ତାଳେ । ଧରା ସଜେଇ ହୁଏ ନବ ଯୌବନ ରୂପରେ ।

ଓଦା ମାଟିର କୋଳକୁ ଆଲୋକିତ କରେ । ଧିରେ ଧରେ ଚାଲେ ଲାଲ ଟୁକୁଟକୁ ସାଧବ ବୋହୂ ।ଆସିଛି ବର୍ଷା ଋତୁ । ସୁଶୀତଳ ପରିବେଶ ସାଙ୍ଗକୁ ସବୁଜିମା ହୋଇଉଠିଛି ପ୍ରକୃତି । ବର୍ଷାର ଆଗମନ ସହିତ ଏହାକୁ ରଙ୍ଗୀନ କରିଛନ୍ତି ପାଟ ପୋକ । ଲାଲ ଟୁକୁଟୁକୁ ସାଧବ ବୋହୂକୁ ଦେଖି ମନ୍ତ୍ରମୁଗ୍ଧ ହୋଇପଡିଛନ୍ତି କବି ଓ ପରିବେଶ ପ୍ରେମୀ । ପ୍ରକୃତିର ଘାସ ଗାଲିଚାରେ ସତେ ଯେପରି ଓଲ୍ହେଇ ଆସିଛନ୍ତି ଅପସରା । ଚାଷଜମି, ଗାଁଦାଣ୍ଡ ସବୁଆଡେ ଏବେ ଚାରିଆଡେ ସାଧବ ବୋହୂର ପସରା ।

ଗାଁର କୁଆଁରୀ ଝିଅଙ୍କ ଖେଳିବା ପାଇଁ ହେଉ କିମ୍ବା କବିର କବିତା ଲେଖିବା ପାଇଁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି ଏହି ଲାଲ ଟୁକୁ ଟୁକୁ ସାଧବ ବୋହୂମାନେ । ସବୁଜ ଘାସ ଗାଲିଚା ଉପରେ ଲାଲ ଟୁକୁ ଟୁକୁ ସାଧବ ବୋହୂକୁ ଯିଏ ଦେଖିଛି ଘଡ଼ିକେ ରହିଯାଇଛି ତାକୁ ଚାହିଁ । ନାଲି ରଙ୍ଗର ଫରୁଆକୁ ସତେ ଯେମିତି ଦେହରେ ବୋଳି ହୋଇ ଲାଜେଇ ବୋହୂଟିଏ ପରି ସବୁଜ ଘାସ ଗାଲିଚା ଉପରେ ଧୀରେ ଧୀରେ ଚାଲୁଛନ୍ତି ଏହି ସାଧବ ବୋହୂ । ପ୍ରକୃତିର ପରଶ ଛୁଆଁରେ ସଜେଇ ହୋଇଛି ଧରଣୀ ରାଣୀ । ଆଉ ଏହି ସାଧବ ବୋହୂଙ୍କୁ ସତେ ଯେମିତି କେହି ଜଣେ ରଙ୍ଗ ତୁଳୀ ଧରି ଆଙ୍କି ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି