Masthead

ଅବସରପ୍ରାପ୍ତ ସେନାଧିକାରୀଙ୍କ ଅଭିନବ ପ୍ରୟାସ

ରସୁଲପୁର,(ବଡ଼ ଖବର ବ୍ୟୁରୋ): ସେ ଜଣେ କେନ୍ଦ୍ରୀୟ ସୁରକ୍ଷା ଅଧିକାରୀ । ଦୀର୍ଘ ଦିନ ଧରି ଦେଶ ମାତୃକାର ସେବା କରିବା ପରେ ଅବସର ନେଇଛନ୍ତି । ଅବସର ପରେ ସେ ଥକିନାହାନ୍ତି କି ପରିବାର ସହିତ ମୈାଜମସ୍ତିରେ ଜୀବନ ଅତିବାହିତ କରିବାକୁ ମନବଳାଇ ନାହାନ୍ତି । ଏବେବି ଦେଶର ସୁରକ୍ଷା ପାଇଁ ସେ ଅହରହ ଚେଷ୍ଟିତ । କିପରି ନୂଆ ସୈନିକ ସଷ୍ଟି ହେବେ, ଶତୃର ଇଟାର ଜବାବକୁ ପଥରରେ ଦେବେ ସେଥିପାଇଁ ତାଙ୍କ ପ୍ରଚେଷ୍ଟା ଅତୁଳନୀୟ ।

ଆଜି ଅମେ ଯାହାଙ୍କ କଥା କହିବାକୁ ଯଉଛୁ ସେ ହେଉଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଆଜାଦ୍ ନଗରର ଅବସରପ୍ରାପ୍ତ ଅଭ୍ୟନ୍ତରିଣ ସୁରକ୍ଷା ସେନାଧିକାରୀ ଅକତର୍ ହୁସେନ୍ ଖାଁନ୍ । ବୟସ ତାଙ୍କର ୬୩ ହେବା ଦେଶ ପାଇଁ ସେ ଜଣେ ଅନନ୍ୟ ଉଦାହରଣ । ଯିଏକି ସି.ଆଇ.ଏସ୍.ଏଫ୍ରେ ଦୀର୍ଘ ୩୮ବର୍ଷ କାର୍ଯ୍ୟ କରିବା ପରେ ଡି.ଏସ୍.ପି ପଦବୀରୁ ଅବସର ନେଇଛନ୍ତି । ହେଲେ ଏବେବି ଯୁବ ସୁଲଭ ତାଙ୍କର ହାବଭାବ । ଅନବରତ ସେ ଚଳଚଞ୍ଚଳ । ଚାକିରିରେ ଥିବା ସମୟରେ ଦେଶମାତୃକାର ସେବା ପାଇଁ ଯେଉଁ ସୁଯୋଗ ମିଳିଥିଲା ତାହା ହୁଏତ ତାଙ୍କୁ ଆଉ ମିଳିବନି । ହେଲେ ଦେଶର ଅଭ୍ୟନ୍ତରିଣ ଓ ସୀମା ସୁରକ୍ଷା ପାଇଁ ନୂତନ ଯୋଦ୍ଧା ଗଢିବା ତାଙ୍କର ପଣ ହୋଇଯାଇଛି । ପ୍ରତିଦିନ ଭୋର୍ ସମୟରୁ ଉଠି ବ୍ରହ୍ମବରଦା ଅଞ୍ଚଳର ଯୁବକମାନଙ୍କୁ ବିନାମୂଲ୍ୟରେ ସେନା ବିଭାଗରେ ଭର୍ତ୍ତୀ ପାଇଁ ତାଲିମ୍ ଦେଉଛନ୍ତି ।

ଦିର୍ଘଦିନ ହେବ ବ୍ରହ୍ମବରଦା ମହାବିଦ୍ୟାଳୟ ଖେଳ ପଡିଆରେ ୩୦ରୁ ଉର୍ଦ୍ଦ ଯୁବକଙ୍କୁ ସେ ସେନାରେ ଜଣେ ପକୃତ ଯୋଦ୍ଧା ଭାବେ ଭର୍ତ୍ତୀ ହେବାପାଇଁ ଦୌଡକୁଦ ସାଙ୍ଗକୁ ବ୍ୟାୟମ, ଫିଟ୍ନେସ୍ ଟିପସ୍, ଯୋଗପ୍ରଣାୟମ, ସମୟାନୁବର୍ତ୍ତୀତା, ଶୃଙ୍ଖଳା ଓ ସାଧାରଣ ଜ୍ଞାନ ଭଳି ତାଲିମ୍ ଜାରି ରଖିଛନ୍ତି । ବୟସର ଅପରାହ୍ନରେ ପାଦ ଦେଇ ମଧ୍ୟ ସେ ସବୁବେଳେ ଚଳଚଞ୍ଚଳ । ସେନାରେ ଯୁବକ ମାନଙ୍କ ପାଇଁ ଅନେକ ସୁଯୋଗ ରହିଥିବା ବେଳେ ତାଙ୍କର ତଲିମ୍ ସ୍ଥାନୀୟ ଅଞ୍ଚଳର ଯୁବକ ମାନଙ୍କ ମଧ୍ୟରେ ଅହୁରି ଉତ୍ସାହ ସୃଷ୍ଟି କରିଛି । ତାଙ୍କଠାରୁ ତାଲିମ୍ ପାଇ ବହୁ ଯୁବକ ପୋଲିସ୍ ଓ ସେନାରେ କାର୍ଯ୍ୟ କରୁଥିବା ସେ କହିଛନ୍ତି । ତାଙ୍କ ତାଲିମ୍ ଚାକରି ପାଇଁ ନୁହେଁ ଦେଶର କଡା ସୁରକ୍ଷା ପାଇଁ ବୋଲି ସେ କହିଛନ୍ତି । କେବଳ ଖାଲି ସେ ମାଗଣା ତାଲିମ ପ୍ରଶିକ୍ଷଣ ଶିବିର ଚଳାଉ ନାହାନ୍ତି ନିଜ ଅଞ୍ଚଳରେ ସମାଜ ସେବା ମଧ୍ୟ ଜାରି ରଖିଛନ୍ତି, ଯାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର