Masthead

ଫେରିବ ଟିକଟକ !

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖୁବଶୀଘ୍ର ଭାରତକୁ ଆସିପାରେ ଲୋକପ୍ରିୟ ଆପ୍ ଟିକଟକ । ଅନ୍ୟ ଏକ ନାମ ସହ କରିପାରେ ଲଞ୍ଜ । ପବଜି ଭଳି ଏହି ଆପକୁ ମଧ୍ୟ ପରିବର୍ତ୍ତନ କରାଯାଇ ଲଞ୍ଚ କରାଯିବାର ଯୋଜନା ରହିଛି। ରିପୋର୍ଟ ଅନୁଯାୟୀ, ଟିକଟକର ପ୍ୟାରେଣ୍ଟ୍ କମ୍ପାନୀ ବାଇଟ୍ ଡାନ୍ସ ଏହି ସର୍ଟ ଭିଡିଓ ଆପ୍ ପାଇଁ ଏକ ନୂତନ ଟ୍ରେଡ୍ ମାର୍କ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ପେଟେଣ୍ଟସ୍, ଡିଜାଇନ୍ ଏବଂ ଟ୍ରେଡ୍ ମାର୍କକୁ ଆବେଦନ କରିଛି ।

ଗତ ବର୍ଷ ଜୁନ୍ ମାସରେ କେନ୍ଦ୍ର ସରକାର ଟିକଟକ୍ ସମେତ ୫୬ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ନିଷେଧାଦେଶ ସହିତ ଏହାକୁ ସମସ୍ତ ଆପ୍ ଷ୍ଟୋରରୁ ହଟାଇ ଦିଆଯାଇଥିଲା । ଯାହା ପରେ ଏହା ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ନଥିଲା । ତେବେ ଏହି ଟିକଟକ ଆପ ଭାରତରେ ବହୁତ ଲୋକପ୍ରିୟ ଥିଲା। ଯେତେବେଳେ ଏହାକୁ ନିଷେଧ କରାଯାଇଥିଲା, ଦେଶରେ ଏହାର ପ୍ରାୟ ୨୦୦ ନିୟୁତ ଉପଭୋକ୍ତା ଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ