Masthead

ନିର୍ବାଚନ ପୂର୍ବରୁ ୭୮ ସାଂସଦଙ୍କ ଇସ୍ତଫା

ଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ ସୁନକଙ୍କୁ ଝଟ୍‌କା ବ୍ରିଟେନରେ ଜୁଲାଇ ୪ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ତାରିଖ ଘୋଷଣା ପରେ ଶାସକ କଞ୍ଜରଭେଟିଭ୍ ପାର୍ଟିରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଛି । ଦଳର ଦୁଇ ପୁରୁଖା ନେତା ତଥା କ୍ୟାବିନେଟ୍‌ ମନ୍ତ୍ରୀ ଦଳରୁ ଇସ୍ତଫା ଦେଇଛନ୍ତି । ଦଳରୁ ଇସ୍ତଫା ଦେବା ପରେ ଇସ୍ତଫା ଦେଇଥିବା ସାଂସଦଙ୍କ ସଂଖ୍ୟା ୭୮ ଛୁଇଁଛି । ଦୁଇ ଦିନ ମଧ୍ୟରେ ଦୁଇ କ୍ୟାବିନେଟ ମନ୍ତ୍ରୀ ମାଇକେଲ୍ ଗୋଭ୍ ଓ ଆଣ୍ଡ୍ରେ ଲେଡ୍‌ସମ୍‌ ଦଳ ଛାଡ଼ିଛନ୍ତି । ଆସନ୍ତା ନିର୍ବାଚନରେ ଉଭୟ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ।

ତେବେ ୭୮ ସାଂସଦଙ୍କ ଇସ୍ତଫା ଦଳୀୟ ସଙ୍କଟକୁ ଜଟିଳ କରିଦେଇଛି। ଅପରପକ୍ଷରେ, ବିରୋଧୀ ଶ୍ରମିକ (ଲେବର) ପାର୍ଟିର ସାଂସଦ ଷ୍ଟେଲା କ୍ରିଜି ସାମାଜିକ ଗଣମାଧ୍ୟମରେ ସୁନକଙ୍କୁ ସମାଲୋଚନା କରି କହିଛନ୍ତି ଯେ ସେ ସଂପ୍ରତି ଛୁଟି ଚାହୁଛନ୍ତି ଏବଂ ବ୍ରିଟେନ୍ ମଧ୍ୟ ଏକ ନୂତନ ସରକାର ଚାହୁଁଛି। ଶାସକ କଞ୍ଜରଭେଟିଭ୍ ପାର୍ଟି ଏହି ସମାଲୋଚନାର ଜବାବ ଦେଇଛି। ମନ୍ତ୍ରୀ ବିମ୍ ଆଫୋଲାମି ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ସୁନକ ଛୁଟିରେ ଯାଇନାହାନ୍ତି, ବରଂ ଉତ୍ତର ଇଂଲଣ୍ଡର ନିର୍ବାଚନମଣ୍ଡଳୀ ୟର୍କସାଏରରେ ପ୍ରଚାର କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ