Masthead

୨୦ ଯାଏଁ ଜେଲରେ ରହିବେ ରିୟା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ପାଇଁ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ,ଭାଇ ଶୋଭିକ୍ ଚକ୍ରବର୍ତ୍ତୀ ଏବଂ ଅନ୍ୟ ୧୮ ଅଭିଯୁକ୍ତ ଅକ୍ଟୋବର-୨୦ ତାରିଖ ଯାଏଁ ନ୍ୟାୟିକ ହେପାଜତରେ ରହିବେ । ପୂର୍ବ ଶୁଣାଣିରେ ସ୍ୱତନ୍ତ୍ର କୋର୍ଟ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କର ନ୍ୟାୟିକ ହେପାଜତକୁ ଅକ୍ଟୋବର ୬ ପର୍ୟ୍ୟନ୍ତ ବୃଦ୍ଧି କରିଥିଲେ । ଆଜି ପୁଣି ଏହାକୁ ବୃଦ୍ଧି କରାଯାଇଛି । ଏନସିବି ରିୟାଙ୍କ ସମେତ ଅନ୍ୟମାନଙ୍କର ହାଜତ ମିଆଦ ଆଉ ୧୪ଦିନ ବୃଦ୍ଧି କରିବାକୁ କୋର୍ଟରେ ଦରଖାସ୍ତ କରିଥିଲା । ରିୟା ଓ ଅନ୍ୟମାନେ ଆସନ୍ତା ଅକ୍ଟୋବର-୨୦ ପର୍ଯ୍ୟନ୍ତ ହେପାଜତ ରହିବେ । ଗିରଫ ୧୪ଜଣଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟରେ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା ।

ଏହା ବ୍ୟତୀତ ରିୟା ଚକ୍ରବର୍ତ୍ତୀ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ କରିଥିବା ଆବେଦନରେ ଆଜି ମଧ୍ୟ ଶୁଣାଣି ହେବ । ରିୟା,ଶୋଭିକ ଏବଂ ଅନ୍ୟ ୧୮ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦୃଢ ବିରୋଧ କିରିଛି । ଅଭିଯୁକ୍ତମାନଙ୍କୁ ଜାମିନ୍ ମିଳିଲେ ତଦନ୍ତ ପ୍ରଭାବିତ ହେବ ବୋଲି ଏନସିବିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସେପ୍ଟେମ୍ବର ୮ ରେ ଏନସିବି ରିୟାଙ୍କୁ ବହୁଥର ପଚରାଉଚରା ପରେ ଗିରଫ କରିଥିଲା । ଯଦି ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ଦୋଷୀ ସାବ୍ୟସ୍ତ ହୁଅନ୍ତି,ତାଙ୍କୁ ଦଶବର୍ଷ ପର୍ୟ୍ୟନ୍ତ ଦଣ୍ଡିତ କରାଯାଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ