Before Header

ଅର୍ଡର ହେବାର ୨ଘଣ୍ଟାରେ ମିଳୁଛି ଜିନିଷ

0 68

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଓଡ଼ିଶାରେ ଟେକ୍ନୋଲୋଜି ଆଗଉଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଯୁବକ ଯୁବତୀ ଦେଶୀ ଉପାୟରେ ନିର୍ମାଣ କରୁଛନ୍ତି ଅନେକ ଆପ୍ଲିକେଶନ । ଯାହାଦ୍ୱାରା ଅନେକ ଲୋକ ଉପକୃତ ମଧ୍ୟ ହେଉଛନ୍ତି । ସେହିଭଳି ଢେଙ୍କାନାଳ ଜିଲ୍ଲାର ସର୍ବଜୀତ ଶତପଥି ଆଧୁନିକ ଜ୍ଞାନ କୌଶଳର ତିଆରି କରିଛନ୍ତି ଏକ ଆପ୍ । ଯେଉଁଥିରେ ଅନ୍ୟାନ୍ୟ ଆପ୍ ଭଳି ଅନେକ ସୁବିଧା ସୁଯୋଗ ରହିଛି । ସର୍ବଜିତ ଏହି ଆପର ନାଁ ରଖିଛନ୍ତି କମ୍ପୋଜେଣ୍ଟ । କମ୍ପ୍ୟୁଟର ପାଇଁ ଦରକାର ହେଉଥିବା ସମସ୍ତ ଉପକରଣ ଓ ପ୍ରତ୍ୟେକ ଟେକ୍ନିକାଲ ସାମଗ୍ରୀ ଏଥିରେ ଉପଲବ୍ଧ ହୋଇପାରୁଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅର୍ଡର କରିବାର ମାତ୍ର ୨ ଘଣ୍ଟା ମଧ୍ୟରେ ଲୋକଙ୍କ ଘରେ ପହଞ୍ଚିପାରୁଛି ଜିନିଷ । ଏହି ଆପକୁ ନେଇ ବେଶ ଆଶାବାଦୀ ଅଛନ୍ତି ସର୍ବଜୀତ । ଖୁବ କମ ବୟସରଙ୍କ ଏହି ଆପ ତିଆରି କରି ବର୍ତ୍ତମାନ ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି । ତେବେ ଯଦି ଏହି ଆପଟି ଆଗକୁ ସଫଳ ହୁଏ ତେବେ ଆହୁରି ଅନେକ ଆପ ତିଆରି କରି ଲୋକଙ୍କ ପାଖରେ ଠିକ ସମୟରେ ଠିକ ଜିନିଷ ପହଞ୍ଚାଇପାରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.