Masthead

ରାସ୍ତା ବଢାଉଛି ଚିନ୍ତା

ପୁଇଁନ୍ତଳା(ବଡ଼ ଖବର ବ୍ୟୁରୋ):୨୦୧୯ ଅଗଷ୍ଟ ୧୩ର ପ୍ରବଳ ବର୍ଷାରେ ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ବ୍ଲକ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା । ଅଧିକାଂଶ ଗ୍ରାମ ହୋଇଥିଲା ଜଳବନ୍ଦୀ । ଅନେକ ରାସ୍ତା ଓ ବ୍ରିଜ୍ ଧୋଇ ଯାଇଥିଲା। ସେହି ସମୟରେ ସୁବର୍ଣ୍ଣପୁର ଏବଂ ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ଖାଲିଆପାଲି ବ୍ରିଜ୍ ଧୋଇହୋଇ ଯାତାୟତ ଠପ୍ ହୋଇଯାଇଥିଲା। କିନ୍ତୁ ବିଡମ୍ବନାର ବିଷୟ ଚଳିତ ବର୍ଷ ବର୍ଷାଋତୁ ଶେଷ ହୋଇଥିଲେ ମଧ୍ୟ ପ୍ରଶାସନ ତରଫରୁ ଉକ୍ତ ବ୍ରିଜକୁ ମରାମତି କରାଯାଇ ନାହିଁ। ଖାଲିଆପାଲି ଗ୍ରାମର କିଛି ଯୁବକ ଉକ୍ତ ରାସ୍ତାରେ କ୍ରସରଗୁଣ୍ଡ ସହିତ ବାଲିବସ୍ତା ପକାଇ ଯାତାୟତ କରୁଛନ୍ତି।

ପୁଇଁନ୍ତଳା ବ୍ଲକ ୭ଟି ପଞ୍ଚାୟତର ଜନସାଧାରଣ ସୁବର୍ଣ୍ଣପୁର ଜିଲ୍ଲାର ତରଭା ସହର ଉପରେ ସମ୍ପୂର୍ଣ ନିର୍ଭରଶୀଳ । ରାସ୍ତା ନିର୍ମାଣ ପାଇଁ ଲୋକମାନେ ବାରମ୍ବାର ଦାବି କରିଆସୁଛନ୍ତି । ଆଗକୁ ଅସରାଏ ବର୍ଷାରେ ରାସ୍ତା ଧୋଇଯିବ ବୋଲି କିଛି ବୁଦ୍ଧିଜୀବୀ କହିଛନ୍ତି। ଏହା ସହିତ ପୁଇଁନ୍ତଳା ବ୍ଲକର ଫଟକରା, ତେଣ୍ଡିପାଳି, ଗଡ଼ରମୁଣ୍ଡା, ଭାଲେର, କୁର୍ଲୁପାଲି ସମେତ ବନ୍ୟା ସମୟରେ ଅନେକ ରାସ୍ତା ଧୋଇ ଯାଇଥିଲା। ବନ୍ୟା ସମୟରେ ଲୋଇସିଂହା ବିଧାୟକ ଡ଼ . ମୁକେଶ ମହାଳିଙ୍ଗଙ୍କ ସହିତ ବଲାଙ୍ଗୀର ଜିଲ୍ଲାପାଳ ମଧ୍ୟ ସମସ୍ତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ । ମାତ୍ର ଆଜି ପର୍ୟ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ । ଫଟକରା ଗ୍ରାମକୁ ଦୁଇଗୋଟି ନାଳ ଘେରି ରହିଥିବା ବେଳେ ଏହି ଗ୍ରାମର ବ୍ରିଜ, ମନ୍ଦିର ସମ୍ପୁର୍ଣ୍ଣ ଧୋଇ ଯାଇଥିଲା । ଆଜି ପର୍ୟ୍ୟନ୍ତ ସେମିତି ପଡିରହିଛି। ପ୍ରଶାସନ ସବୁ ଦେଖି ନିରବ ରହୁଥିବାରୁ ସାଧାରଣ ଜନତାଙ୍କ ଚିନ୍ତା ବଢିଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ