Masthead

ନିଯୁକ୍ତିରୁ ବଂଚିତ ଜମିହରା

ଯୋଡ଼ା(ବଡ଼ ଖବର ବ୍ୟୁରୋ): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବଳଦା ପଞ୍ଚାୟତରେ ଥିବା ‘ସିଲଯୋଡ଼ା କାଳିମାଟି ଆଇରନ୍ ଏଣ୍ଡ୍ ମାଙ୍ଗାନିଜ୍ ଖଣିରେ ଲାଗିରହିଛି ଶ୍ରମିକ ଅଶାନ୍ତି ।. ଏହି ଖଣିରେ ପୂର୍ବରୁ କାମ କରୁଥିବା ସ୍ଥାନୀୟ ଶ୍ରମିକଙ୍କୁ ନୂତନ ଲିଜଧାରୀ ପୁନଃ ନିଯୁକ୍ତି ଦେବା ପାଇଁ ଦାବି ହେଉଛି । ଏହା ସହ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଯୋଗ୍ୟତାଭିତ୍ତିକ ନିଯୁକ୍ତି ଦେବାକୁ ଜମିହରା ଶ୍ରିକମାନେ ଦାବି କରୁଛନ୍ତି । ମଙ୍ଗଳବାର ଠାରୁ ଖଣି ଫାଟକ ନିକଟରେ ଆଦିବାସୀ କଲ୍ୟାଣ ସମିତି, ସିଲଯୋଡ଼ା ପକ୍ଷରୁ ଧାରଣା ଜାରି ରହିଛି । ସିଲଯୋଡ଼ା, ତାଟପାଣି, ଗୁରୁଡ଼ା, କାଳିମାଟି ପ୍ରଭୃତି ଗ୍ରାମର ଶହଶହ ଲୋକ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି ।

ପୂର୍ବରୁ ମଙ୍ଗିଲାଲ୍ ରୁଙ୍ଗଟା କମ୍ପାନୀ ଅଧୀନରେ ଏହି ଖଣି ଥିଲା । ତେବେ ନୂତନ ନିଲାମ ପ୍ରକ୍ରିୟାରେ ମେସର୍ସ ଦେବବ୍ରତ ବେହେରା ଖଣିକୁ ହାତେଇବା ପରେ ବିବାଦର ସୂତ୍ରପାତ ହୋଇଛି । ଖଣି ଉପରେ ନିର୍ଭର କରୁଥିବା ଗ୍ରାମବାସୀଙ୍କୁ ନିଯୁକ୍ତି ନଦେଇ ବାହାର ଲୋକଙ୍କୁ ଦେଉଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ଏମାନଙ୍କର ଏକମାତ୍ର ରୋଜଗାରର ପନ୍ଥା ଖଣି । ଏମାନେ ଖଣିରେ କାର୍ୟ୍ୟ କରି ଜୀବିକା ନିର୍ବାହ କରିଥାନ୍ତି । ଏବେ କାର୍ୟ୍ୟହରା ହୋଇ ବିଭିନ୍ନ ସମସ୍ୟା ଦେଇ ଗତିକରୁଛନ୍ତି । ଦାବି ପୂରଣ ନହେଲେ ନିଜର ହକ୍ ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଖଣି କର୍ତ୍ତୃପକ୍ଷ କହିଛନ୍ତି, ‘ସବୁ ଲୋକଙ୍କୁ କାମ ଦେବା ସମ୍ଭବ ନୂହେଁ, ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ୫୮୦ଜଣ ସ୍ଥାନୀୟ ଲୋକଙ୍କୁ କଂଟ୍ରାକ୍ଟରଙ୍କ ଅଧୀନରେ ନିଯୁକ୍ତି ଦିଆଯାଇଛି । ଖୁବଶୀଘ୍ର ବିବାଦର ସମାଧାନ ହୋଇଯିବ ।’ ପ୍ରଶ୍ନ ଉଠୁଛି ଖଣି ପାଇଁ ଯେଉଁମାନେ ପୂର୍ବପୁରୁଷର ଜମି ହରାଇ ସର୍ବସ୍ୱାନ୍ତ ହୋଇଛନ୍ତି, ସେମାନଙ୍କ କ୍ଷେତ୍ରରେ କମ୍ପାନୀ ଏତେ ନିଷ୍ଠୁର କାହିଁକି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ