Masthead

ଉତ୍ୟକ୍ତ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ

ବାରିପଦା (ବଡ଼ ଖବର ବ୍ୟୁରୋ): ରାସ୍ତାରେ ଆଣ୍ଠୁଏ ଲେଖାଏଁ କାଦୁଅ । ଗ୍ରାମ ଭିତରକୁ ଯିବାକୁ ହେଲେ ଆପଣଙ୍କୁ କାଦୁଅରେ ପଶି ଯିବାକୁ ପଡିବ । ଯାହାକୁ ନେଇ ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ପଦକ୍ଷେପ ନ ନେବାରୁ ଗ୍ରାମବାସୀ କଲେ ଅଭିନଵ ପ୍ରତିବାଦ । କପ୍ତିପଦା ବ୍ଲକ ଘୁଣ୍ଟିବଣି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପାଣ୍ଡୁଛକ ଠାରୁ ଘୁଣ୍ଟିବିଲ କୁ ସଂଯୋଗ କରୁଥିବା ରାସ୍ତାରେ ଏବେ ଆଣ୍ଠୁଏ ଲେଖାଏଁ କାଦୁଅ ।

ଗ୍ରାମର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯାଇ ପାରୁ ନାହାନ୍ତି କିମ୍ବା କୌଣସି ରୋଗୀଙ୍କୁ ଡାକ୍ତରଖାନା ନେବା ନିମନ୍ତେ ଆମ୍ବୁଲାନ୍ସ ଗ୍ରାମ ଭିତରୁ ଆସି ପାରୁ ନାହିଁ । ଯାହାକୁ ନେଇ ବାରମ୍ବାର ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ କୁ ଜଣାଇଥିଲେ ସୁଦ୍ଧା କେହି ନଜର ନ ଦେବାରୁ ଆଜି ଉତ୍ୟକ୍ତ ଗ୍ରାମବାସୀମାନେ କାଦୁଅ ରାସ୍ତାରେ ଧାନ ତଳି ରୋଇ କରିଛନ୍ତି ପ୍ରତିବାଦ । ଏହାଦ୍ୱାରା ପ୍ରଶାସନ ଚେତିବ ବୋଲି କହିଛନ୍ତି ଗ୍ରାମବାସୀ । ଏହି ରାସ୍ତା ଫଳରେ ସମସ୍ୟାରେ ପଡୁଛନ୍ତି ପଚାଶ ରୁ ଅଧିକ ପରିବାର ଲୋକେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି