Masthead

‘ମୁଁ ଅବସର ନେଇନି, ଏହି ମ୍ୟାଚରୁ ଓହରିଛି’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ସିଡନୀ ଟେଷ୍ଟ ନଖେଳିବା ନେଇ ମୁହଁ ଖୋଲିଲେ ରୋହିତ ଶର୍ମା ।  କହିଲେ ମୁଁ ଅବସର ନେଇନି, ଏହି ମ୍ୟାଚରୁ ଓହରିଛି । କେବଳ ଗୋଟିଏ ଖେଳରୁ ବିଶ୍ରାମ ନେଇଛି । ଦଳର ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି । ଖେଳରେ ୨ ମାସ କିମ୍ବା ୫ ମାସରେ ଫର୍ମ ବଦଳିଯାଇପାରେ । ଏବେ ସେ କ୍ରିକେଟ୍ ଛାଡି ଯାଉନାହାନ୍ତି ବୋଲି କହିଛନ୍ତି ରୋହିତ ଶର୍ମା । ପରିଶ୍ରମ କରି ପୁଣି ଥରେ କମ୍‌ବ୍ୟାକ୍ କରିବେ । ଏବେ ରନ୍‌ ଆସୁନାହିଁ ହେଲେ ୫ ମାସ ପରେ ରନ୍‌ ଆସିବ ନାହିଁ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ଷ୍ଟାର ସ୍ପୋର୍ଟସ୍‌କୁ ସାକ୍ଷାତକାର ଦେଇ କହିଛନ୍ତି ରୋହିତ ଶର୍ମା ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିନଥିଲେ ରୋହିତ । ଏହାପରେ ଖେଳିଥିବା ତିନିଟି ଟେଷ୍ଟରେ ରୋହିତଙ୍କ ବ୍ୟାଟ୍ ଚାଲିନଥିଲା । ଫଳରେ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ରୋହିତଙ୍କୁ । ଏହା ପରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳୁନାହାନ୍ତି ରୋହିତ । ଶେଷ ଟେଷ୍ଟରୁ ଅଧିନାୟକ ରୋହିତ ବାଦ୍ ପଡ଼ିବା ପରେ ତାଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଥିଲା । ଏହାରି ଭିତରେ ଆଜି ରୋହିତ ଶର୍ମା ମୁହଁ ଖୋଲିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ