Masthead

‘ଇଣ୍ଡିଆ’ ଶଦ୍ଦ ବନ୍ଦ କରିବା ଉଚିତ: ମୋହନ ଭଗୱତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଇଣ୍ଡିଆ ବଦଳରେ ଦେଶକୁ ଭାରତ ବୋଲି ସମ୍ବୋଧନ କରନ୍ତୁ। ଭାଷା ଯାହା ବି ହେଉ ନାମ ସମାନ ରହିବା ଉଚିତ । ଏପରି କହିଛନ୍ତି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭଗୱତ। ସେ କହିଛନ୍ତି, ଇଣ୍ଡିଆ ବଦଳରେ ଭାରତ ନାମ ବ୍ୟବହାର କରାଯିବା ଉଚିତ। ଏଥିପାଇଁ ମୁଁ ଲୋକଙ୍କୁ ଅନୁରୋଧ କରୁଛି। ପ୍ରାଚୀନ କାଳରୁ ଭାରତର ନାମ ଚାଲିଆସୁଛି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବା ଉଚିତ ବୋଲି ସେ କହିଛନ୍ତି। ଭାଷା ଯାହା ବି ହେଉ ନାମ ସମାନ ରହିବା ଉଚିତ ।

ଭାଗବତ କହିଛନ୍ତି, “ଆମ ଦେଶ ହେଉଛି ଭାରତ ଏବଂ ଆମକୁ ସମସ୍ତ ବ୍ୟବହାରିକ କ୍ଷେତ୍ରରେ ‘ଇଣ୍ଡିଆ’ଶବ୍ଦ ବ୍ୟବହାର ବନ୍ଦ କରିବା ଉଚିତ । ଭାରତ ଶବ୍ଦ ବ୍ୟବହାର କରିବା ଆରମ୍ଭ କରିବାକୁ ପଡ଼ିବ । ସେତେବେଳେ ହିଁ ପରିବର୍ତ୍ତନ ଆସିବ । ସକଲ ଜୈନ ସମାଜର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭଗୱତ କହିଛନ୍ତି, ଶତାବ୍ଦୀ ଶତାଦ୍ଦୀ ଧରି ଆମ ଦେଶର ନାମ ଭାରତ ରହିଆସିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ