Masthead

‘ୟୁପିରେ ବନ୍ଧୁକର ଶାସନ ଚାଲିଛି’

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଉମେଶ ପାଲ ହତ୍ୟାକାଣ୍ଡରେ ପୋଲିସ କଷ୍ଟଡି ରିମାଣ୍ଡରେ ଥିବା ମାଫିଆ ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ କୋଲଓ୍ବିନ ହସ୍ପିଟାଲ ନିକଟରେ ଗୁଳି କରି ହତ୍ୟା କରାଯାଇଛି। ଏହାପରେ ସାରା ଦେଶରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଯୋର ଧରିଥିବା ବେଳେ ରାଜନୀତି ବି ହୋଇଛି ସରଗରମ। ସମାଜବାଦୀ ପାର୍ଟି, ବହୁଜନ ସମାବଜାଦୀ ପାର୍ଟି, ଏଆଇଏମ୍ଆଇଏମ୍, କଂଗ୍ରେସ ଆଦି ଦଳ ସରକାରକୁ ଏହି ପ୍ରସଙ୍ଗରେ ଘେରିବା ସହ ସବୁ ବିରୋଧୀ ଦଳ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି ବୋଲି କହିଛନ୍ତି।

ବିଏସ୍ପି ସୁପ୍ରିମୋ ମାୟାବତୀ କହିଛନ୍ତି, ଉତ୍ତରପ୍ରଦେଶ ଏବେ ଏନକାଉଣ୍ଟର ପ୍ରଦେଶ ପାଲଟି ଯାଇଛି ଏବଂ ଏଠାରେ ଆଇନର ଶାସନ କାମ କରୁନାହିଁ। ବିଜେପି ଶାସନରେ କେବଳ ଅପରାଧ ଓ ଏନକାଉଣ୍ଟର ହିଁ ଚର୍ଚ୍ଚାରେ ରହୁଛି ବୋଲି ସେ କହିଛନ୍ତି। ଏଆଇଏମ୍ଆଇଏମ୍ ନେତା ଅସଦଉଦ୍ଦିନ ଓୱେସି କହିଛନ୍ତି ଯେ ଏବେ ୟୁପିରେ କେବଳ ବନ୍ଧୁକର ଶାସନ ଚାଲିଛି। ସରକାର ଆଇନକୁ ଦଳିମକଚି ଦେଇଛନ୍ତି। କେବଳ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରି ଏନକାଉଣ୍ଟର କରାଯାଉଛି ବୋଲି ସେ କହିଛନ୍ତି।

ସପା ସୁପ୍ରିମୋ ଅଖିଳେଶ ଯାଦବ କହିଛନ୍ତି ଯେ ପୁଲିସର ସୁରକ୍ଷା ବଳୟ ଭିତରେ ଥିବା ବ୍ୟକ୍ତିଙ୍କୁ ଯେଭଳି ଗୁଳିକରି ହତ୍ୟା କରାଯାଉଛି ତାହା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। କିଛି ଲୋକ ଜାଣିଶୁଣି ଏଭଳି ସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି କହିଛନ୍ତି ଯେ ରାଜ୍ୟ ସରକାର ଦେଶର ଆଇନକୁ ସମ୍ମାନ ଦେଇ କାମ କରିବାକୁ ପଡ଼ିବ। ଆଇନର ଶାସନ ଏବଂ ନ୍ୟାୟିକ ପ୍ରକ୍ରିୟାକୁ ଉଲ୍ଲଂଘନ କରିବା ଗଣତନ୍ତ୍ର ପାଇଁ ଠିକ୍ ନୁହେଁ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି