Masthead

ଥମୁନି ଋଷ-ୟୁକ୍ରେନ ଯୁଦ୍ଧ, କ୍ରିମିୟା ବ୍ରିଜ ଉପରେ ଆକ୍ରମଣ କଲା ୟୁକ୍ରେନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦୀର୍ଘ ୨ ବର୍ଷରୁ ଅଧିକ ହେବ ଲାଗି ରହିଛି ଋଷ-ୟୁକ୍ରେନ ଯୁଦ୍ଧ । ଯୁଦ୍ଧ ଥମିବାର ନାଁ ନେଉନି । ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ଋଷିଆ ଉପରେ ଆକ୍ରମଣ କରିଛି ୟୁକ୍ରେନ । ଋଷିଆର କ୍ରିମିୟା ବ୍ରିଜ୍ ଉପରେ ୟୁକ୍ରେନ ପୁଣି ଥରେ ଆକ୍ରମଣ କରିଛି। କ୍ରିମିୟା ବ୍ରିଜ୍ ଉପରେ ୟୁକ୍ରେନ ଆତଙ୍କବାଦୀ ଆକ୍ରମଣ କରିଥିବାବେଳେ ନିରୀହ ନାଗରିକଙ୍କ ଜୀବନ ଉପରେ ବିପଦ ପକାଇଥିବା ଋଷିଆ ବୈଦେଶିକ ମନ୍ତ୍ରଣାଳୟ କହିଛି ।

ଆକ୍ରମଣ ପରେ ଏକ ରାସ୍ତା ବିଭାଜିତ ହେବା ସହ ବ୍ରିଜର ଗୋଟିଏ ପାର୍ଶ୍ୱ ସାମାନ୍ୟ କ୍ଷତି ହୋଇଛି । ଋଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ସେନା ପକ୍ଷରୁ ୧୯ କିଲୋମିଟରର ବ୍ରିଜ୍ ଉପରେ ୟୁକ୍ରେନ ରକେଟ ଆକ୍ରମଣକୁ ରୋକିବାକୁ ଉଦ୍ୟମ କରାଯାଉଛି । ଏହି ବ୍ରିଜ ମାଧ୍ୟମରେ ଋଷ ସେନା ଯାତାୟତ କରୁଥିବାରୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି । ଋଷ ପୂର୍ବରୁ ଆକ୍ରମଣ କରି ୟୁକ୍ରେନର ଏକାଧିକ ବ୍ରିଜ ଧ୍ୱଂସ କରିଥିବାରୁ ତାର ପ୍ରତିଶୋଧ ନେଉଛି ବୋଲି ଜଣାପଡ଼ିଛି । ବ୍ରିଜ୍ ଉପରେ ଗତ ଜୁଲାଇ ୧୭ ତାରିଖରେ ମଧ୍ୟ ଆକ୍ରମଣ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !