Masthead

ଥମୁନି ଋଷ-ୟୁକ୍ରେନ ଯୁଦ୍ଧ, କ୍ରିମିୟା ବ୍ରିଜ ଉପରେ ଆକ୍ରମଣ କଲା ୟୁକ୍ରେନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦୀର୍ଘ ୨ ବର୍ଷରୁ ଅଧିକ ହେବ ଲାଗି ରହିଛି ଋଷ-ୟୁକ୍ରେନ ଯୁଦ୍ଧ । ଯୁଦ୍ଧ ଥମିବାର ନାଁ ନେଉନି । ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ଋଷିଆ ଉପରେ ଆକ୍ରମଣ କରିଛି ୟୁକ୍ରେନ । ଋଷିଆର କ୍ରିମିୟା ବ୍ରିଜ୍ ଉପରେ ୟୁକ୍ରେନ ପୁଣି ଥରେ ଆକ୍ରମଣ କରିଛି। କ୍ରିମିୟା ବ୍ରିଜ୍ ଉପରେ ୟୁକ୍ରେନ ଆତଙ୍କବାଦୀ ଆକ୍ରମଣ କରିଥିବାବେଳେ ନିରୀହ ନାଗରିକଙ୍କ ଜୀବନ ଉପରେ ବିପଦ ପକାଇଥିବା ଋଷିଆ ବୈଦେଶିକ ମନ୍ତ୍ରଣାଳୟ କହିଛି ।

ଆକ୍ରମଣ ପରେ ଏକ ରାସ୍ତା ବିଭାଜିତ ହେବା ସହ ବ୍ରିଜର ଗୋଟିଏ ପାର୍ଶ୍ୱ ସାମାନ୍ୟ କ୍ଷତି ହୋଇଛି । ଋଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ସେନା ପକ୍ଷରୁ ୧୯ କିଲୋମିଟରର ବ୍ରିଜ୍ ଉପରେ ୟୁକ୍ରେନ ରକେଟ ଆକ୍ରମଣକୁ ରୋକିବାକୁ ଉଦ୍ୟମ କରାଯାଉଛି । ଏହି ବ୍ରିଜ ମାଧ୍ୟମରେ ଋଷ ସେନା ଯାତାୟତ କରୁଥିବାରୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି । ଋଷ ପୂର୍ବରୁ ଆକ୍ରମଣ କରି ୟୁକ୍ରେନର ଏକାଧିକ ବ୍ରିଜ ଧ୍ୱଂସ କରିଥିବାରୁ ତାର ପ୍ରତିଶୋଧ ନେଉଛି ବୋଲି ଜଣାପଡ଼ିଛି । ବ୍ରିଜ୍ ଉପରେ ଗତ ଜୁଲାଇ ୧୭ ତାରିଖରେ ମଧ୍ୟ ଆକ୍ରମଣ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ