Masthead

ମୋ ବାପା ବୋମା ମାଡ଼ କରିଥିଲେ… ମାତ୍ର ଏହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ: ସଚିନ ପାଇଲଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କିଛି ଦିନ ପୂର୍ବରୁ କଂଗ୍ରେସ ନେତା ସଚିନ ପାଇଲଟଙ୍କ ପିତା ରାଜେଶ ପାଇଲଟଙ୍କ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସଚିନ । ସେ କହିଛନ୍ତି ଅମିତ ମାଲବ୍ୟ ଅଭିଯୋଗ କରିଥିଲେ ଯେତେବେଳେ ରାଜେଶ ପାଇଲଟ ବାୟୁସେନାରେ ଥିଲେ, ସେ ମିଜୋରାମ ଉପରେ ବୋମା ମାଡ଼ କରିଥିଲେ। ଅବଶ୍ୟ ମୋ ବାପା ଜଣେ ଭାରତୀୟ ବାୟୁସେନା ପାଇଲଟ ଥିଲେ ।ସେ ବୋମା ମାଡ଼ କରିଥିଲେ । କିନ୍ତୁ ଆପଣ ଦେଇଥିବା ତଥ୍ୟ ଭୁଲ ଅଟେ। ମୋର ପିତାଙ୍କୁ ସେହି ବର୍ଷ ଅକ୍ଟୋବରରେ ବାୟୁସେନାରେ ନିଯୁକ୍ତ କରାଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଅମିତ ଜୀ! ତୁମର ଭୁଲ ତାରିଖ, ଭୁଲ ତଥ୍ୟ ଅଛି। ହଁ, ଜଣେ ଭାରତୀୟ ବାୟୁସେନା ପାଇଲଟ ଭାବରେ ମୋର ବାପା ବୋମା ମାଡ଼ କରିଥିଲେ କିନ୍ତୁ ଏହା ୧୯୭୧ ମସିହାରେ ହୋଇଥିବା ଇଣ୍ଡୋ-ପାକ ଯୁଦ୍ଧ ସମୟରେ ହିଁ ତତ୍କାଳୀନ ପୂର୍ବ ପାକିସ୍ତାନ ଉପରେ ବୋମା ମାଡ଼ ହୋଇଥିଲା। ମାତ୍ର ଆପଣ ତୁମେ ଦାବି କରୁଥିବା ୫ ମାଚ୍ଚ ୧୯୬୬ରେ ମିଜୋରାମ ଉପରେ ନୁହେଁ । ମୋ ବାପାଙ୍କୁ ୨୯ ଅକ୍ଟୋବର ୧୯୬୬ ରେ ଭାରତୀୟ ବାୟୁସେନାରେ ନିଯୁକ୍ତ କରାଯାଇଥିଲା। ଏହା ପୂର୍ବରୁ ସେ କିଭଳି ବୋମା ମାଡ଼ କରିବେ। ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ। ଏଭଳି ଭ୍ରାନ୍ତ ତଥ୍ୟ ପ୍ରଦାନ କରିବା ଠିକ ନୁହେଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା