Masthead

ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଶେଷ ରଜ ଉତ୍ସବ। ଆଜି ଭୂମି ଦହନ, ସୋମବାର ବସୁମତୀ ସ୍ନାନ ହେବେ। ଶେଷ ରଜକୁ ବେଶ ଧୁମଧାମରେ ପାଳନ କରୁଛନ୍ତି ଓଡିଶାବାସୀ। ରଜରେ ପିଠା, ମିଠା, ପାନର ବାସ୍ନାରେ ଗାଁଠୁ ସହର ମହକି ଉଠୁଛି। ରାଜ୍ୟର ଅନେକ ସ୍ଥାନ ବିଶେଷ କରି ଉପକୂଳ ଜିଲ୍ଲା ଗୁଡିକରେ ପିଠା, ମିଠା, ପାନ ଓ ଦୋଳିର ଆସର ସାଙ୍ଗକୁ ପାରମ୍ପରିକ ନାଚଗୀତର ପ୍ରତିଯୋଗୀତା, ସହିତ ସାଂସ୍କୃତିକ କାର୍ୟ୍ୟକ୍ରମ ଚାଲିଛି । ବିଦେଶରେ ରହି ବି ଓଡ଼ିଆ ଭୁଲି ନାହାଁନ୍ତି ନିଜ ସଂସ୍କୃତି ଓ ପରମ୍ପରାକୁ ।

ସୁଦୂର ବାହାରିନ ଓ ଅଷ୍ଟ୍ରେଲିଆରେ ପ୍ରବାସୀ ଓଡ଼ିଆ ମାନେ ମଧ୍ୟ ଓଡ଼ିଶାର ଗଣପର୍ବ ରଜକୁ ବେଶ ଆଡ଼ମ୍ବରର ସହ ପାଳନ କରୁଥିବା ଦେଖିବାକୁ ମିଳିଛି । ବାହାରିନ ରାଜଧାନୀ ମାନାମା ଠାରେ ଓଡ଼ିଆ ସମାଜ ପକ୍ଷରୁ ରଜ ମହୋତ୍ସବ ପାଳନ କରାଯାଇଛି । ବହୁ ସଂଖ୍ୟାରେ କୁଆଁରୀ ଝିଅ ଓ ମହିଳା ମାନେ ଏହି କାର୍ୟ୍ୟକ୍ରମରେ ଯୋଗଦେଇ ସାଂସ୍କୃତିକ କାର୍ୟ୍ୟକ୍ରମରେ ଭାଗନେବା ସହ ରଜ ପର୍ବକୁ ମନଭରି ଉପଭୋଗ କରିଛନ୍ତି । ସେପେଟେ ଅଷ୍ଟ୍ରେଲିଆର ସିଡ଼ନରେ ମଧ୍ୟ ପ୍ରବାସୀ ଓଡ଼ିଆ ମାନେ ରଜ ଉତ୍ସବ ପାଳନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ