Masthead

ସହିଦଙ୍କୁ ସଲାମ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଦେଶ ଓ ଜାତିପାଇଁ ପ୍ରାଣବଳି ଦେଇଥିବା ପୁଲିସ କର୍ମଚାରୀମାନେ ଆମ ପାଇଁ ଗର୍ବ ଓ ଗୌରବ । ସେମାନଙ୍କ ଦେଶ ଓ ଜାତିପ୍ରୀତି ଚିରଦିନ ଅମର ହୋଇ ରହିବ । ବୁଧବାର ରାଜ୍ୟସ୍ତରୀୟ ୬୧ତମ ପୋଲିସ ସହିଦ ଦିବସରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୋଲିସ ଡିଜି ଅଭୟ କହିଛନ୍ତି ।

କଟକ ପୋଲିସ ମୁଖ୍ୟ କାର୍ୟ୍ୟାଳୟ ପରିସରରେ ଆୟୋଜିତ ଉତ୍ସଵରେ ଡିଜି ଅଭୟ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଡିଜିଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଯୋଗଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହିଦ ମାନଙ୍କ ଉଦେଶ୍ୟରେ ତୋପ ସଲାମି ଦିଆଯାଇଥିଲା । ଆସନ୍ତା ୩୧ ତାରିଖ ପର୍ୟ୍ୟନ୍ତ ପୋଲିସ ପତାକା ଦିବସ ପାଳନ କରାଯାଉଛି ବୋଲି ଡିଜି କହିଥିଲେ ।

ଚଳିତ ବର୍ଷ ଦେଶରେ ୨୬୫ ଯବାନ ସହିଦ ହୋଇଛନ୍ତି । ଅନ୍ୟ ପଟେ ଓଡ଼ିଶାର ଜଣେ ଏସଓଜି ହାବିଲଦାର ପ୍ରକାଶ ଚନ୍ଦ୍ର ସାହୁ ସହିଦ ହୋଇଛନ୍ତି । ଏହି ଅବସରରେ ରାଜ୍ୟ ପୋଲିସର ୪୧ଜଣ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଡିଜି । କରୋନାସଂକ୍ରମଣକୁ ଆଖି ଆଗରେ ରଖି କୌଣସି ସହିଦ ପରିବାରଙ୍କୁ ଉତ୍ସବସ୍ଥଳକୁ ଡକା ଯାଇନଥିଲା । କେବଳ ସହିଦଙ୍କ ପରିବାରକୁ ସମବେଦନା ଜଣାଇଥିଲେ ଡିଜି ଅଭୟ ।

କଳାହାଣ୍ଡି ପୋଲିସ ପକ୍ଷରୁ ସହିଦ ଦିବସ ପାଳିତ ହୋଇଛି । ରିଜର୍ଭ ପୋଲିସ ପଡ଼ିଆରେ କୋଭିଡ କଟକଣାକୁ ମାନି ପାଳନ କରାଯାଇଛି ଏହି କାର୍ଯ୍ୟକ୍ରମ । ଏସପି ବାତୁଲା ଗଙ୍ଗାଧର ସହିଦ୍ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ କହିଥିଲେ ।

ନୂଆପଡ଼ା ପୋଲିସ ପକ୍ଷରୁ ରିଜର୍ଭ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏସପି ରାହୁଲ ଜୈନ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କରୋନା ଯୋଦ୍ଧା ଭାବରେ ନୂଆପଡା ଜିଲ୍ଲାର ପ୍ରାଣ ହରାଇଥିବା ପୋଲିସ କର୍ମଚାରୀଙ୍କ ଅବଦାନକୁ କେବେ ଭୁଲି ହେବ ନାହିଁ ବୋଲି କହିଛନ୍ତି ଏସପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି