Masthead

ଗିରଫ ହେଲେ ଅନୀଲ ଦେଶମୁଖଙ୍କ ଜ୍ୱାଇଁ ଓ ଓକିଲ

ନୁଆ ଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ସିବିଆଇ ଦ୍ୱାରା ଗିରଫ ହେଲେ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଜ୍ୱାଇଁ ଓ ଓକିଲ । ଗତ ବୁଧୁବାର ଏଇ ଦୁଇ ଜଣଙ୍କୁ ତାଙ୍କ କାର ଅଟକାଇ ସିବିଆଇ ଉଠାଇ ନେଇଥିବା ସୂଚନା ମିଳିଛି । ଅନୀଲ ଦେଶମୁଖଙ୍କ ଜ୍ୱାଇଁ ଗୈାରବ ଚତୁର୍ବେଦୀ ଏବଂ ଓକିଲ ଡାଗାଙ୍କୁ ସିବିଆଇ ପଚରାଉଚରା କରିଥିଲା । ଏହା ପରେ ଉଭୟଙ୍କୁ ଗିରଫ କରାଯାଇଥିଲା । ସେପଟେ ସିବିଆଇ ତାଙ୍କୁ ହଠାତ୍ ଗିରଫ କରିବା ପରେ କଂଗ୍ରେସ ବିରୋଧ କରିଛି । ରାଜ୍ୟ କଂଗ୍ରେସର ମୁଖପାତ୍ର ସଚିନ ସାୱନ୍ତ ଏହାକୁ କଡା ବିରୋଧ କରିଛନ୍ତି । ସେ କହଛନ୍ତି ଯେ ସୋମାନଙ୍କୁ ବିନା କୌଣସି ନୋଟିସରେ ଗିରଫ କରାଯାଇଛି । ଯାହାକି ଆଇନଗୁଡାକୁ ଭଙ୍ଗ କରାଯାଇ ଦେଶ ଏବେ ‘ମୋଦୀ ଶାହୀ’ ଦ୍ୱାରା ପରିଚଳିତ

ଏପଟେ କଂଗ୍ରେସ ଜାତୀୟ ମୁଖପାତ୍ର ନୱାବ ମଲ୍ଲିକ କହିଛନ୍ତି ଯେ,ଅନିଲ ଦେଶମୁଖଙ୍କ ଝିଅ, ଜ୍ୱାଇଁ ଏବଂ ବୋହୁ ବୁଧବାର ସନ୍ଧ୍ୟାରେ ନିଜ ଓକିଲ ସହ ମିଶି କୁଆଡେ କାରରେ ଯାଉଥିଲେ । ସେଠି ହଠାତ୍ ତାଙ୍କୁ ସିବିଆଇ ଅଟକାଇଥିଲା । ହେଲେ ଅନିଲ ଦେଶମୁଖଙ୍କ ଜ୍ୱାଇଁ ଏବଂ ତାଙ୍କ ଓକିଲ ସେଠାରୁ ନ ଅଟକି ପଳାଇଯାଇଥିଲେ । ପରେ କୌଣସି ନୋଟିସ ବିନା ସିବିଆଇ ଗିରଫ କରିଛି । ତେବେ ଏଭଳି ବେଆଇନ୍ ଭାବେ ଗିରଫ କରିବା ଦେଶର ଆଇନକୁ ଭଙ୍ଗ କରୁଛି ବୋଲି କଂଗ୍ରେସ ମୁଖପାତ୍ର ପ୍ରଶ୍ନ ଉଠାଇଛନ୍ତି । ଚାରିଦିନ ତଳେ ଅନିଲ ଦେଶୁମୁଖଙ୍କୁ କ୍ଲିନ ଚିଟ୍ ଦେବା ସମ୍ବନ୍ଧରେ ରିର୍ପୋଟ ଶନିବାର ଲିକ୍ ହୋଇଛି । ଏହି ରିର୍ପୋଟ ଲିକ୍ ହେବା ପରେ ଏହାର ତୁରନ୍ତ ତନ୍ଦନ୍ତ କରିଥିଲା ସିବିଆଇ । ସୂଚନା ଅନୁଯାଇ,ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବିର ସିଂ ପ୍ରଥମେ ଉଦ୍ଧବ ଠାକେରଙ୍କୁ ଚିଠି ଲେଖିି ଦେଶମୁଖଙ୍କ ବିରୋଧରେ ଟଙ୍କା ଆଦାୟର ଏକ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଓ ଇଡି ତଦନ୍ତ କରୁଛି । ଦେଶମୁଖଙ୍କ ବିରୋଧରେ ଇଡି ମନି ଲଣ୍ଡ୍ରିଂ ମାମଲା ରୁଜୁ କରି ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍