Masthead

ରଙ୍ଗ ଭେଦ ବୟାନ, ପଦ ଛାଡିଲେ ପିଟ୍ରୋଡ଼ା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ସାମ୍ ପିଟ୍ରୋଡା ଭାରତୀୟ କଂଗ୍ରେସର ବିଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଦଳ ମଧ୍ୟ ତାଙ୍କର ଏହି ଇସ୍ତଫା ଗ୍ରହଣ କରିଛି। ଏହି ସୂଚନା କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ ମିଡ଼ିଆ ପ୍ଳାର୍ଟଫର୍ମ ଏକ୍ସ’ରେ ଦେଇଛନ୍ତି। ସେ କହିଛନ୍ତି, ପିଟ୍ରୋଡା ନିଜ ଇଛାରେ ପଦ ଛାଡିଛନ୍ତି ଓ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ ବି କରିନିଆଯାଇଛି । ପିଟ୍ରୋଡାଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନର ଲୋକଙ୍କୁ ବିବାଦୀୟ ଭାବେ ଅନ୍ୟମାନଙ୍କ ସହ ସେ ତୁଳନା କରିଥିଲେ ।

ପୂର୍ବ ଭାରତର ଲୋକଙ୍କୁ ସେ ଚୀନ ଓ ଦକ୍ଷିଣ ଭାରତର ଲୋକଙ୍କୁ ଆଫ୍ରିକା ଲୋକଙ୍କ ସହ ତୁଳନା କରିଥିଲେ । ସେ କହିଥିଲେ, ଏହା ଆମ ଉପରେ କୌଣସି ଫରକ ପକାଉ ନାହିଁ । ବରଂ ଆମେ ସମସ୍ତେ ଭାଇ-ଭଉଣୀ ଭଳି ଚଳୁଛନ୍ତି । ଆମେ ପରସ୍ପରର ଭାଷା, ଧର୍ମ ଓ ସଂସ୍କୃତିକୁ ସମ୍ମାନ ଦେଉଛୁ । ତେଲେଙ୍ଗାନାର ଏକ ନିର୍ବାଚନୀ ସଭାରୁ ଏହି ପ୍ରସଙ୍ଗରେ କଂଗ୍ରେସ ଓ ପିଟ୍ରୋଡାଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ବୟାନ ବିବାଦରୁ ନିଜକୁ ଦୂରେଇ ରଖିଥିଲା କଂଗ୍ରେସ ଓ ଇଣ୍ଡି ମେଣ୍ଟ । ଏହାପରେ ଆଜି ଇସ୍ତଫା ଦେଇଛନ୍ତି ସାମ୍ ପିଟ୍ରୋଡା । ପୂର୍ବରୁ ଉତ୍ତରାଧିକାରୀ ଟ୍ୟାକ୍ସ କଥା କହି ବିବାଦକୁ ଆସିଥିଲେ ସାମ୍ ପିଟ୍ରୋଡା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ