Masthead

ରେଲୱେ କର୍ମଚାରୀଙ୍କ ଧାରଣା

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ୯ ଦଫା ଦାବି ପୂରଣ ନେଇ ଇଷ୍ଟ ରେଲୱେ ଶ୍ରମିକ ୟୁନିୟନ ସମ୍ବଲପୁର ଡିଭିଜନ ପକ୍ଷରୁ ଧାରଣା । ସମ୍ବଲପୁର ଡିଆରଏମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରତିବାଦ କରାଯାଇଥିଲା । ୟୁନିୟନ ଅଭିଯୋଗ କରିଛି ଯେ ରେଲୱେରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀଙ୍କ ଦାବି ପୂରଣ ପାଇଁ ବାରମ୍ବାର ରେଲୱେ ପ୍ରସାଶନ ନିକଟରେ ଗୁହାରି କରାଯାଇଛି । କିନ୍ତୁ ରେଲୱେ ପ୍ରସାଶନ କୌଣସି ପଦକ୍ଷେପ ନେଉନାହାନ୍ତି । ରେଲୱେରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଓଭରଟାଇମର ପାଉଣା ତୁରନ୍ତ ପ୍ରଦାନ କରିବା, ସମସ୍ତ କର୍ମଚାରୀଙ୍କୁ ଏମଏସିପି ପ୍ରଦାନ, ବିଭିନ୍ନ ବିଭାଗରେ କର୍ମଚାରୀଙ୍କ ବଦଳି ଆଦେଶକୁ ମଣ୍ଡଳ ଓ ଜୋନାଲ ସ୍ତରରେ ଶୀଘ୍ର କାର୍ଯ୍ୟକାରୀ କରିବା ପ୍ରଭୃତି ୯ ଦଫା ଦାବିରେ ଧାରଣା ଦିଆଯାଇଥିଲା । ପରେ ଏକ ଦାବିପତ୍ର ସମ୍ବଲପୁର ଡିଆରଏମଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଦାବି ପୁରଣରେ ଅବହେଳା କରାଗଲେ ଆଗକୁ ସମସ୍ତ ରେଲୱେ ପ୍ରଶାସନକୁ ଅଚଳ କରିଦିଆଯିବ ବୋଲି ଇଷ୍ଟ ରେଲୱେ ଶ୍ରମିକ ୟୁନିୟନ ସମ୍ବଲପୁର ଡିଭିଜନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ