ଗିରଫ ହେଲେ ସୁଶୀଲ କୁମାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆରେଷ୍ଟ ହେଲେ ସୁଶୀଲ କୁମାର । ହତ୍ୟା ମାମଲାରେ ୪ମେରୁ ଫେରାର ଥିବା ସୁଶୀଲ କୁମାରଙ୍କୁ ଆଜି ଦିଲ୍ଲୀ ପୋଲିସ ଗିରଫ କରିଛି । ସାଗର ରାଣାଙ୍କୁ ହତ୍ୟା କରିବା ଅଭିଯୋଗରେ ଆଜି ଦିଲ୍ଲୀ ମୁଣ୍ଡକା ଅଞ୍ଚଳରୁ ତାଙ୍କୁ ଗିରଫ କରିଛି । ତାଙ୍କ ସହ ସହଯୋଗୀ ଅଜୟଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଛତ୍ରଶାଲ ଷ୍ଟାଡିଅମରେ ହୋଇଥିବା ଗଣ୍ଡଗୋଳରେ ସାଗର ରାଣାଙ୍କ ସହ ମାରପିଟ ହୋଇଥିଲା । ଯେଉଁଥିରେ ସାଗର ରାଣାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଅଭିଯୋଗ ପରେ ସୁଶୀଲ ଫେରାର ଥିଲେ । ପୋଲିସ ତାଙ୍କ ବିରୋଧରେ ପ୍ରଥମେ ଲୁକଆଉଟ ନୋଟିସ ଜାରି କରିଥିଲା । ପରେ ତାଙ୍କ ବିରୋଧରେ ବିନା ଜାମିନରେ ୱାରେଣ୍ଟ ଜାରି କରି ତାଙ୍କୁ ଧରାଇଦେଲେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ତେବେ ଆଜି ସକାଳେ ଦିଲ୍ଲୀରୁ ତାଙ୍କୁ ଏବଂ ତାଙ୍କ ଡାହାଣ ହାତ ଅଜୟଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ ଗିରଫ କରିଛି । ତେବେ ସୁଶୀଲ ଏକମାତ୍ର ଭାରତୀୟ ଭାବେ ବ୍ୟକ୍ତଗତ ଦୁଇଟି ଅଲମ୍ପିକ ପଦକ ଲାଭ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!