Masthead

ସମ୍ବଲପୁର ସାଂସଦଙ୍କୁ ରୋହିତ ପୂଜାରୀଙ୍କ ଟାର୍ଗେଟ, ୫ ବର୍ଷରେ କ’ଣ କରିଛନ୍ତି ସାଂସଦ ନୀତେଶ ଗଙ୍ଗଦେବ

ରେଢାଖୋଲ (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ସାଂସଦଙ୍କୁ ରୋହିତ ପୂଜାରୀଙ୍କ ଟାର୍ଗେଟ । ୫ ବର୍ଷରେ କ’ଣ କରିଛନ୍ତି: ରୋହିତ ପୂଜାରୀ । ସାଂସଦ ନୀତେଶ ଗଙ୍ଗଦେବଙ୍କୁ ରୋହିତଙ୍କ ଆକ୍ଷେପ । ରେଢାଖୋଲରେ ଜନସମ୍ପର୍କ ପଦଯାତ୍ରାରେ ଟାର୍ଗେଟ । ପାଞ୍ଚ ବର୍ଷ ମଧ୍ୟରେ ସମ୍ବଲପୁରର ସାଂସଦ ଏ ଅଞ୍ଚଳର ବିକାଶ ପାଇଁ କୌଣସି କାର୍ୟ୍ୟ କରିନାହାନ୍ତି । କୌଣସି ଲୋକଙ୍କ ସହିତ ମଧ୍ୟ ସମ୍ପର୍କ ରଖିନାହାନ୍ତି । ଏଭଳି ନେତାଙ୍କୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିବା କଥା ବୋଲି ରୋହିତ ପୂଜାରି କହିଛନ୍ତି ।

ନିର୍ବାଚନ ସମୟରେ ଲୋକଙ୍କ ପାଖକୁ ଯାଆନ୍ତି ଏବଂ ନିର୍ବାଚନ ସରିଗଲେ ଲୋକଙ୍କ ସମସ୍ୟାକୁ ସମ୍ପୂର୍ଣ ଭୁଲି ଯାଆନ୍ତି ସାଂସଦ । ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ନେତୃତ୍ୱରେ ରେଢ଼ାଖୋଲ ବିଜେଡି ତରଫରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ରେଢ଼ାଖୋଲ ଠାରେ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାପରେ ବିସିପାଲି ଛକ ଠାରୁ ଜନସାଧାରଣ ଓ ବିଜେଡି କର୍ମୀ ପଦଯାତ୍ରାରେ ଆସି କଦଳୀଗଡ ଠାରେ ଏକ ସଭାରେ ଯୋଗ ଦେଇ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କ ସହିତ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉଦବୋଧନ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ