ତୁର୍କୀରେ ପ୍ରକୃତିର କୋପ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଳୟଙ୍କାରୀ ଭୂକମ୍ପରେ ଛାରଖାର ହୋଇଛି ତୁର୍କୀ । ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିବା ନେଇ ଅନୁମାନ କରାଯାଇଛି । ତୁର୍କୀ ଓ ସିରିଆରେ ମୃତୁ୍ୟ ସଂଖ୍ୟା ୩୩ହଜାର ଟପିଛି । କେବଳ ତୁର୍କୀରେ ୩୦ ହଜାର ଉପରେ ରହିଛି ମୃତୁ୍ୟ ସଂଖ୍ୟା । ତେବେ ମୃତୁ୍ୟ ସଂଖ୍ୟା ୫୦ହଜାର ଟପିବା ନେଇ ଜାତିସଂଘ ଆକଳନ କରିଛି । ଏବେବି ହଜାର ହଜାର ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଛନ୍ତି। ଶୀତ କାକରରେ ଖୋଲା ଆକାଶ ତଳେ ପଡି ରହିଛନ୍ତି ଲକ୍ଷାଧିକ ଲୋକ। ଥଇଥାନ ଓ ପୁନରୁଦ୍ଧାର ପାଇଁ ସହାୟତାର ହାତ ବଢାଇଛିି ବିଶ୍ୱ ବ୍ୟାଙ୍କ୍।

ତୁର୍କୀ ଭୂକମ୍ପ ପୀଡିତଙ୍କ ପାଇଁ ଜରୁରୀକାଳୀନ ଭିସା ଦେବାକୁ ଘୋଷଣା କରିଛି ଜର୍ମାନୀ। ଆମେରିକା ସମେତ ୫୦ରୁ ଅଧିକ ଦେଶ ସହାୟତା ପାଇଁ ଆଗେଇ ଆସିଛନ୍ତି। ଅପରେସନ୍ ‘ଦୋସ୍ତ’ ଜରିଆରେ ଭାରତ ମଧ୍ୟ ସହାୟତା ଜାରି ରଖିଛି। ତୁର୍କୀରେ ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି ଏନଡିଆରଏଫର ୨ଶହ ଜଣିଆ ଟିମ୍। ସେପଟେ ୨୩ ଟନର ରିଲିଫ୍ ସାମଗ୍ରୀ ନେଇ ତୁର୍କୀରେ ପହଞ୍ଚିଛି ଭାରତର ଅପରେସନ ‘ଦୋସ୍ତ’ର ସପ୍ତମ ବିମାନ। ଜେନ୍ ସେଟ୍, ସୋଲାର ଲ୍ୟାମ୍ପ ସହ ଜରୁରୀ ମେଡିକାଲ ସାମଗ୍ରୀ ନେଇ ଏହି ବିମାନ ପହଞ୍ଚିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ