Masthead

ପାଣିରେ ଭାସିଲା ଟାଉନ ହଲ ପ୍ରକଳ୍ପ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ପାଣିରେ ଭାସିଲା ଟାଉନ ହଲ ପ୍ରକଳ୍ପ । ସମ୍ବଲପୁର ମହାନଗର ନିଗମ ଅଂଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ବିକାଶ ପରିଷଦ ସହଯୋଗରେ ଏସଡ଼ିଏ ପକ୍ଷରୁ ୧ ହଜାର ସିଟ୍ ବିଶିଷ୍ଟ ଟାଉନ ହଲ ନିର୍ମାଣ ଆରମ୍ଭ ହୋଇଥିଲା । ୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଆରମ୍ଭ ପରେ ଓଡ଼ିଶା ବିକାଶ ପରିଷଦ ହଠାତ ପ୍ରକଳ୍ପ ବାତିଲ କରିବା ପରେ ପ୍ରକଳ୍ପ ସ୍ଥଳ ଜଳାଶୟ ପାଲଟି ଯାଇଥିବା ଦେଖିବାକୁ ମିଳିଛି । ଗତ ଦୁଇ ବର୍ଷ ହେବ ଲୁହା ରଡ଼ ପାଣିରେ ବୁଡ଼ି ରହି ନଷ୍ଟ ହୋଇଯାଇଛି । ତେବେ ଏହି ଟାଉନ ହଲ ପ୍ରକଳ୍ପ ବନ୍ଦ ହେବା ପରେ ସ୍ଥାନୀୟ ଲୋକେ ଏଥିପାଇଁ ସରରକାରଙ୍କ ଉଦାସୀନତାକୁ ଦାୟୀ କରିବା ସହିତ ଏନେଇ ସରକାରୀ ସ୍ଥରରେ ଏହି ଟାଉନ ହଲ କାର୍ଯ୍ୟ ପୁଣି ଥରେ ଆରମ୍ଭ କରିବାକୁ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ପୁର୍ତ ବିଭାଗ ଟାଉନ ହଲ ପ୍ରକଳ୍ପ ହେବା ସ୍ଥାନରେ ମାଟି ଖୋଳି ଫାଉଣ୍ଡେସନ କରିଥିବା ବେଳେ ବର୍ତ୍ତମାନ ସେଠାରେ ପାଣି ଜମି ରହି ପ୍ରକଳ୍ପ ସ୍ଥଳଟି କୃତ୍ରିମ ଜଳାଶୟ ପାଲଟି ଯାଇଛି । କେଉଁ ପରିସ୍ଥିତିରେ ବି ପାଣି ଜମି ରହିଥିବା ପ୍ରକଳ୍ପ ସ୍ଥାନରେ ଯେ କୌଣସି ସମୟରେ ଦୁର୍ଘଟଣା ନ ଘଟିବ କହି ହେବ ନାହିଁ । ଏନେଇ ଜନ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି