Masthead

ସମ୍ବଲପୁର ହିଂସାକାଣ୍ଡର ପ୍ରତିବାଦ, ବିଶ୍ୱ ହିନ୍ଦୁ ପରିଷଦର ୧୨ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସମ୍ବଲପୁର ହିଂସାକାଣ୍ଡ ପ୍ରତିବାଦରେ ବନ୍ଦ ଡାକରା । ୧୪ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ । ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ଦୋକାନ ବଜାର ବନ୍ଦ ରଖିବା ସହ ଚକ-ଅଖ ବନ୍ଦ ରଖିବାକୁ ବି ଆହ୍ୱାନ ଦିଆଯାଇଛି। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସମେତ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଏହି ବନ୍ଦ ରହିଛି । ଆନ୍ଦୋଳନକାରୀ ମାନେ ବଲାଙ୍ଗୀର ମୁଖ୍ୟ ଡାକଘରେ ତାଲା ପକାଇଦେଇଛନ୍ତି । ସକାଳୁ ସକାଳୁ ପିକେଟିଂ କରିବା ସହ ବଲାଙ୍ଗୀର ସହରରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ସେହିପରି ଭବାନୀପାଟଣାରେ ଅଖ-ଚକ ବନ୍ଦ ରହିଛି । ଦେବଗଡରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ଆନ୍ଦୋଳନକାରୀ ମାନେ ପିକେଟିଂ କରିବାରୁ ଦୋକାନ ବଜାର ସହ ଗାଡି ଚଳାଚଳ ବନ୍ଦ ରହିଛି ।

ବଣାଇ-ରାଜାମୁଣ୍ଡା ବାଇପାସ୍ ରାସ୍ତା ଅବରୋଧ ହେବାରୁ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି । ସୁନ୍ଦରଗଡର ୨ଟି ସ୍ଥାନରେ ବିଜୁ ଏକ୍ସପ୍ରେସ ୱେ ଆନ୍ଦୋଳନକାରୀମାନେ ଅବରୋଧ କରିବାରୁ ଯାନବାହାନ ଚଳାଚଳ ଠପ ହୋଇଛି । ସମ୍ବଲପୁରରେ କର୍ଫ୍ୟୁ କୋହଳ ସତ୍ତ୍ୱେ ବନ୍ଦର ପ୍ରଭାବ ପଡିଛି ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିଛି । ବିଶ୍ୱ ହିନ୍ଦୁ ପରିଷଦର ଏହି ବନ୍ଦ ଡକରାକୁ ସମର୍ଥନ ଜଣାଇଛି ବିଜେପି । ସେପଟେ ଏହାର ପ୍ରତିକ୍ରିୟା ରଖିଛି ବିଜେଡି । ବିଜେପି ହିଂସାକୁ ଉସକାଇବାକୁ ରଣନୀତି କରୁଛି ବୋଲି ବିଜେଡି କହିଛି । ସମ୍ବଲପୁରରେ ଶାନ୍ତି ଫେରୁଥିବାବେଳେ ଏଭଳି ରାଜନୀତି ଦୁର୍ଭାଗ୍ୟଜନକ । ଛାତ୍ରଛାତ୍ରୀ ଯେତେବେଳେ ପରୀକ୍ଷା ଦେଉଛନ୍ତି, ସେ ସମୟରେ ବନ୍ଦ ଡାକରା ଦେଇ ସେମାନଙ୍କୁ ହଇରାଣ କରିବାକୁ ଉଦ୍ୟମ କରାଯାଉଛି । ସେପଟେ ଆଜି ସାରା ରାଜ୍ୟରେ ବିଜେଡି ଶାନ୍ତି ଶୋଭାଯାତ୍ରା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ