Masthead

ଖାଁ ଖାଁ ଗୁଣ୍ଡିଚାଘାଇ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ଖାଁ ଖାଁ ଲାଗୁଛି କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ପର୍ଯଟନସ୍ଥଳ ଗୁଣ୍ଡିଚାଘାଇ । ରାଜ୍ୟ ପର୍ଯଟନ ମାନଚିତ୍ରରେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି । ପିକନିକ ସିଜିନ ଆସିଲେ ଏଠାରେ ଲାଗୁଥିଲା ଶହ ଶହ ପର୍ଯଟକଙ୍କ ଭିଡ଼ । ବଣପାହାଡ଼ର ଅଙ୍କାବଙ୍କା ପଥର ଶଯ୍ୟାରେ ବହି ଆସୁଥିବା ଝରଣା ସମସ୍ତଙ୍କ ମନକୁ କିଣିନେଇଥାଏ । କ୍ଷଣିଏ ଏଠାରେ ରହିବା ଲାଗି ପର୍ଯଟକଙ୍କୁ ବାଧ୍ୟ କରିଥାଏ ଜଳପ୍ରପାତ । ମୂଷା ପିଠି ସଦୃଶ ତିନୋଟି ଧାରରୁ ଜଳ ପ୍ରବାହିତ ହେଉଥିବାରୁ ଏହାର ନାମ ଗୁଣ୍ଡିଚାଘାଇ ରଖାଯାଇଛି । ଜଳପ୍ରପାତର ସୌନ୍ଦର୍ଯ୍ୟ ସମସ୍ତ ପର୍ଯଟକଙ୍କ ପ୍ରଥମ ପସନ୍ଦ ପାଲଟିଥାଏ । ରାଜ୍ୟ ଏବଂ ରାଜ୍ୟ ବାହାରର ବହୁ ପର୍ଯ୍ୟଟକ ପିକନିକ ସିଜିନ ଆସିଲେ ଏଠାକୁ ଟାଣିଆଣିଥାଏ । ମାତ୍ର ଚଳିତ ବର୍ଷ କରୋନା କଟକଣା ଲାଗି ସ୍ୱଳ୍ପ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସୁଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ପର୍ଯଟକଙ୍କ ଭିଡ ଲାଗିପାରେ ବୋଲି ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ