Masthead

ସମିତିସଭ୍ୟ ଉପନିର୍ବାଚନ ଫଳାଫଳ ପ୍ରକାଶ, ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟ

ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଲା ପରାଚିପାରା ପଞ୍ଚାୟତର ସମିତି ସଭ୍ୟ ଉପ ନିର୍ବାଚନର ଫଳାଫଳ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପରଚିପାରା ପଂଚାୟତର ସମିତି ସଭ୍ୟ ଉପ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି କ୍ଷ ଏହି ପଦବୀରେ ବିଜେପି ସମର୍ଥିତ ପ୍ରାର୍ଥୀ କମଳୁ ଗଣ୍ଡ ନିକଟତମ ପ୍ରତିଦ୍ୱନ୍ଦୀ ଗୌଦାସ ଗଣ୍ଡଙ୍କ ଠାରୁ ୧୦୮ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ।

ସୂଚନା ଅନୁଯାଇ ଗତ ୯ ତାରିଖ ଦିନ ପରଚିପାରା ପଂଚାୟତର ସମିତି ସଭ୍ୟ ଏବଂ ବୋବେଇ ପଞ୍ଚାୟତର ୮ ନମ୍ବର ୱାର୍ଡ ସଭ୍ୟ ନିମନ୍ତେ ହୋଇଥିବା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ସମର୍ଥିତ ପ୍ରାର୍ଥୀ କମଳୁ ଗଣ୍ଡ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଗୌଦାସ ଗଣ୍ଡଙ୍କ ଠାରୁ ୧୦୮ ଭୋଟରେ ବିଜୟ ଲାଭ କରିଛନ୍ତି ।

କମଳୁ ଗଣ୍ଡଙ୍କୁ ୨୧୬୮ ଖଣ୍ଡ ଭୋଟ ମିଳିଥିବା ବେଳେ ଗୌଦାସ ଗଣ୍ଡଙ୍କୁ ୨୦୬୦ ଖଣ୍ଡ ଭୋଟ ମିଳିଥିଲା । ସେହିଭଳି କଂଗ୍ରେସ ସମର୍ଥିତ ପ୍ରାର୍ଥୀ ରାଜେନ୍ଦ୍ର ଗଣ୍ଡଙ୍କୁ କେବଳ ୨୦୦ ଖଣ୍ଡ ଭୋଟ ମିଳିଥିବା ବେଳେ ୨୯୮ ଖଣ୍ଡ ଭୋଟ ନାକଚ ହୋଇଥିଲା । ପରଚିପାରା ସମିତି ସଭ୍ୟ ଭବେ କମଳୁ ଗଣ୍ଡ ବିଜୟ ହେବା ପରେ ସ୍ଥାନୀୟ ବିଜେପି ମହଲରେ ଖୁସୀର ଲହରୀଯାଇଛି ।

ସେହିଭଳି ବୋବେଇ ପଞ୍ଚାୟତର ୮ ନମ୍ବର ୱାର୍ଡ ସଭ୍ୟ ଭବେ ହୀରା ବାଈ ଗଣ୍ଡ ୧୪୫ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଛନ୍ତି । ସେ ନିକଟତମ ପ୍ରତିଦ୍ୱନ୍ଦୀ ସୁମତୀ ବାଈ ଗଣ୍ଡଙ୍କ ଠାରୁ ୮୬ ଭୋଟରେ ବିଜୟ ଲାଭ କରିଥିବା ବେଳେ ସୁମତୀ ବାଈ ଗଣ୍ଡଙ୍କୁ ୫୯ ଖଣ୍ଡ ଭୋଟ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼