Masthead

ଧର୍ମେନ୍ଦ୍ର ପ୍ରଧାନଙ୍କ ଏମପିଲାଡରୁ ଟଙ୍କା ମଞ୍ଜୁର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଘର ମାଟିରେ ମିଶିବାକୁ ବସିଲାଣି । ରାଜ୍ୟସରକାର କିଛି କଲେ ନାହିଁ । ଏବେ ମଧ୍ୟପ୍ରଦେଶର ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗେଇ ଆସିଛନ୍ତି । ତାଙ୍କ ଏପିଲାଡରୁ ୨୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏସର୍ମ୍ପକରେ ଏକ ଚିଠି ମଧ୍ୟପ୍ରଦେଶ ସେହୋରରେ ଜିଲ୍ଲାପାଳ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଚିଠି ଦେଇଛନ୍ତି । ନବକୃଷ୍ଣ ଚୌଧୁରୀଙ୍କ ଘର ଦେଖିଲେ ଲାଜ ଲାଗୁଛି । ବାହାରୁ ଆସୁଥିବା ଅତିଥିମାନଙ୍କୁ କହିବାକୁ ଲାଜ ଲଗୁଛି ଯେ ଏ ହେଉଛି ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଘର ।

ଏଭଳି ଢଙ୍ଗରେ ବିଧାନସଭାରେ ଅଭିଯୋଗ କରିଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପରେ ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତି ଆଣିଥିଲେ ଗୁରୁତ୍ତର ଅଭିଯୋଗ । ସେ କହିଥିଲେ ନବକୃଷ୍ଣ ଚୌଧୁରୀଙ୍କ ଘରର ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଅନୁଗୁଳ ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ କଥା ଦେଇଥିଲେ ମରାମତି କରାଯିବ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଅନୁସାରେ ମାପଚୁପ ହେଲା । ପରେ କଣ ହେଲା କେଜାଣି ସବୁ ବନ୍ଦ ହୋଇଯାଇଛି । ନବକୃଷ୍ଣ ଚୌଧୁରୀ ଅନୁଗୁଳରେ ଆରମ୍ଭ କରିଥିଲେ ସହିଦ ବାଜିରାଉତଙ୍କ ନାମରେ ବାଜି ରାଉତ ଛାତ୍ରାବାସ ।

ଏହାର ପରିସରରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ରହୁଥିଲେ । ତାଙ୍କ ଅନ୍ତେ ତାଙ୍କ ଝିଅ କ୍ରିଷ୍ଣା ମହାନ୍ତି ବାଜିରାଉତ ଛାତ୍ରାବାସ ପରିସରରେ ରହୁଛନ୍ତି । ରାଜ୍ୟସରକାର ବାଜି ରାଉତ ଛାତ୍ରାବାସର ତ ଉନ୍ନତି କଲେ ନାହିଁ ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ୨୫ ଲକ୍ଷ ଟଙ୍କା ବେୟରେ ଉନ୍ନତି ହେବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ