Masthead

ରକ୍ତ ସର୍ମ୍ପକରେ ଫାଟ: ମା’ ମୁହଁରେ ନିଆଁ ଦେବାକୁ ମନା କଲା ପୁଅ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ମା’ ମୁହଁରେ ନିଆଁ ଦେବାକୁ ମନା କଲା ପୁଅ। ଯେଉଁ ମା’ ଦଶ ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ଶେଷରେ ସେହି ମା’ ମୁହଁକୁ ଅନାଇଲା ନାହିଁ ପୁଅ । ମା’ ଆଖି ବୁଜିବା ପରେ ବି କାନ୍ଧ ଦେବାକୁ ବି ମନା କରିଦେଲା। ମହିଳାଙ୍କ ମୃତ୍ୟୁପରେ ମିଳିଲାନି ଚାରିକାନ୍ଧ । ଏଭଳି କରୁଣ କାହାଣୀ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ ।

କରୋନା ସନ୍ଦେହରେ ମା’କୁ ହତାଦାର କରିଥିବା । ବଡ଼ ପୁଅ ବଞ୍ଚି ଥାଉ ଥାଉ ମା’ ମୁହଁରେ ନିଆଁ ଦେବାକୁ ମନା କରିବାରୁ ସାନ ପୁଅ କିଛି ସ୍ୱେଚ୍ଛାସେବୀଙ୍କ ସହାୟତରେ ମା’ର ଶେଷକୃତ ସମ୍ପନ୍ନ କରିଛି। ଏପରି ଅମାନବୀୟ, ହୃଦୟ ବିଦାରକ ଘଟଣା ସମ୍ବଲପୁର ଚିପିଲିମାରେ ଘଟିଛି। ସମ୍ବଲପୁର ଚିପିଲିମା ଅଞ୍ଚଳର ଜଣେ ମହିଳା କିଛି ଦିନ ହେଲା ଜ୍ୱରରେ ଆକ୍ରାନ୍ତ ଥିଲେ। ଏହାପରେ ସେ ଆଖି ବୁଜିଲେ। ହେଲେ ମୃତ୍ୟୁ ପରେ ମୁହଁ ମୋଡ଼ି ଦେଲା ବଡ଼ପୁଅ ।

ମହିଳାଙ୍କ ମୃତଦେହକୁ ଛୁଇଁଲାନି ତାଙ୍କ ବଡ଼ ପୁଅ । ସଂକ୍ରମଣ ଆଶଙ୍କାରେ ମା’ଠୁ ଦୂରେଇ ଗଲା ପୁଅ। ନିଜ ପୁଅ ଦୂରେଇ ଯିବାରୁ ସାହିପଡ଼ିଶା ବି ଅନାଇଲେ ନାହିଁ। ଫଳରେ ମୃତଦେହ ଉଠାଇବାକୁ ଚାରି କାନ୍ଧ ମିଳିଲା ନାହିଁ। ଶେଷରେ ମରିବା ପରେ ମା’ର ମୃତଦେହ ହତାଦାର ହେଉଥିବା ଦେଖି ସହିପାରିଲାନି ସାନ ପୁଅ। ଏହାପରେ କିଛି ସ୍ୱେଚ୍ଛାସେବୀଙ୍କ ଏକ ଟ୍ରଲିରେ ମୃତଦେହକୁ ଶ୍ମଶାନ ନେବାକୁ ପଡ଼ିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ