Masthead

ବାଲି ମାଫିଆ ପୁଣି ସକ୍ରିୟ

ପୁରୁଷୋତ୍ତମପୁର, (ବଡ଼ ଖବର ବ୍ୟୁରୋ): ପୁରୁଷୋତ୍ତମପୁର ତହସିଲ ଅଞ୍ଚଳରେ ବେଆଇନ ବାଲି ଚାଲଣାକୁ ନେଇ ବିଗତ ଦିନରେ ତୁମୁଳକାଣ୍ଡ ଘଟିଛି । ଏହା ଥମି ନଥିବା ବେଳେ ପୁଣି ଏକ ଚୋରା ବାଲିଚାଲାଣ କଥା ଆଗକୁ ଆସିଛି। ବିନା ଲିଜଧାରୀ ରେମ୍ପରୁ ବାଲି ଚୋରା ଚାଲାଣ ବେଳେ ତହସିଲଦାର ଜନ୍ମେଜୟ ସାହୁଙ୍କ ନେତୃତ୍ୱରେ ଚଢଉ କରାଯାଇଥିଲା। ପାଖାପାଖି ୧୪ଟି ଟ୍ରାକ୍ଟର ଜବତ କରାଯାଇଥିଲା । ପ୍ରତ୍ୟେକ ଦିନ ଚୋରା ଚାଲାଣ ଟ୍ରାକ୍ଟର ମାଧ୍ୟମରେ ଗୋବା ଗ୍ରାମରୁ ବାହାର କରି ହିନ୍ଦୁଳା ଗ୍ରାମ ଦେଇ ମାଧପୁରୁ ରଙ୍ଗମାଟିଆ ପାହାଡ ନିକଟରେ ଜମାକରି ବଡ଼ ବଡ଼ ଟ୍ରକରେ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ତେବେ କୌଣସି ସୂତ୍ରରୁ ଖବର ପାଇ ତହସିଲଦାର ଘଟଣାସ୍ଥଳରେ ଅଚାନକ ଚଢଉ କରିଥିଲେ। ଗୋବାରୁ ହିନ୍ଦୁଳା ଗ୍ରାମ ଦେଇ ଯିବା ସମୟରେ ହିନ୍ଦୁଳା ମୌଜାରେ ଥିବା ଟ୍ରାକ୍ଟରଗୁଡିକ ବିନା କେ ଫର୍ମ ଯୋଗୁଁ ସିଜ କରିଛନ୍ତି ତହସିଲଦାର । କିନ୍ତୁ ଚୋରା ଚାଲାଣ ପାଇଁ ନୁହେଁ, କାରଣ ଗୋବା, ମାଧପୁର ଗ୍ରାମଗୁଡ଼ିକ ଛତ୍ରପୁର ତହସିଲ ମୌଜାରେ ଯାଉଛି। ତେଣୁ ନଦୀ ପଠାରେ ଥିବା ଜେସିବି ଏବଂ ଅନ୍ୟ ଟ୍ରାକ୍ଟର ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ସେହି ଅଞ୍ଚଳ ଛତ୍ରପୁର ତହସିଲ ଅର୍ନ୍ତଭୁକ୍ତ। ତେଣୁ ସବୁ ଟ୍ରାକ୍ଟରଗୁଡିକ ଉପରେ ଫାଇନ ପକା ଯାଇଥିବା ସୂଚନା ମିଳିଛି। କିନ୍ତୁ ବେଆଇନ ବାଲି ଚାଲାଣ ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା ସାଧାରଣରେ ଅସନ୍ତୋଷ ଦେଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା