Masthead

ସୂର୍ଯ୍ୟକୁମାର ଓ କୁଲଦୀପଙ୍କ କମାଲ୍ , ନିର୍ଣ୍ଣାୟକ ମ୍ୟାଚରେ ଭାରତ ବଡ଼ ବିଜୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱ କରିଥିବା ଭାରତୀୟ ଦଳ ଜିତି ସିରିଜକୁ ୧-୧ରେ ଡ୍ର କରିଥିଲା। ତୃତୀୟ ମ୍ୟାଚରେ ଭାରତର ବିଜୟରେ ସୂର୍ଯ୍ୟଙ୍କ ଶତକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏଥିପାଇଁ ସେ ‘ପ୍ଲେୟାର ଅଫ ଦି ମ୍ୟାଚ’ ତଥା ‘ପ୍ଲେୟାର ଅଫ ଦି ସିରିଜ’ ହୋଇଥିଲେ। ଟସ ହାରି ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସି ୨୦ ଓଭରରେ ୭ ଉଇକେଟରେ ୨୦୧ ରନ ସ୍କୋର କରିଥିଲା।

ଦଳ ପାଇଁ ଅଧିନାୟକ ସୂର୍ଯ୍ୟ ୫୬ ବଲରେ ୧୦୦ ରନ ସଂଗ୍ରହ କରି ୧୭୮.୫୭ ଷ୍ଟ୍ରାଇକ ହାରରେ ଖେଳିଥିଲେ, ଯେଉଁଥିରେ ୭ ଚୌକା ଓ ୮ ଛକା ମାରିଥିଲେ । ଏହା ସୂର୍ଯ୍ୟଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ଚତୁର୍ଥ ଶତକ ଥିଲା। ପ୍ରଥମ ମ୍ୟାଚ୍‌କୁ ବର୍ଷା ଧୋଇ ନେଇଥିଲା ବେଳେ ଦ୍ବିତୀୟରେ ଘରୋଇ ଦଳ ଜିତିଥିଲା। ଗୁରୁବାର ତୃତୀୟ ମ୍ୟାଚ୍‌କୁ ଭାରତ ଜିତି ଶୃଙ୍ଖଳାକୁ ୧-୧ରେ ଶେଷ କରିଛି। ରବିବାରଠୁ ଏହି ଦୁଇ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବେ।

୨୦୨ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଘରୋଇ ଦଳ ୧୩.୫ ଓଭରରେ ୯୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ୧୪ତମ ଓଭରରେ ୫ ବଲ୍‌ ଭିତରେ ୩ ୱିକେଟ୍ ନେଇ କୁଲଦୀପ ୫ ୱିକେଟ୍ ସଫଳତା ସହ ମ୍ୟାଚ୍‌ ମୁଣ୍ଡି ମାରିଥିଲେ। ମ୍ୟାଚ ପରେ ଭାରତୀୟ ଅଧିନାୟକ କହିଛନ୍ତି, ଯେତେବେଳେ ଏପରି ବିଜୟରେ ଆସେ, ଏହା ମୋତେ ଖୁସି କରେ। ପିଲାମାନେ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ଏହି ବିଜୟ ଦେଖି ମୁଁ ବହୁତ ଖୁସି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ