Before Header

ବାଲି ଚୋରା ଚାଲାଣ

0 20

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ରାଜସ୍ୱ ସର୍କଲ ଅନ୍ତର୍ଗତ ଦେବୀନଦୀର କୋରୁଅ ଗରଦର ବାଲିଘାଟରୁ ଚୋରାରେ ବାଲି ଚାଲଣ ହେଉଛି । ପୋଲିସ ଚଢଉ କରି ୪ଟି ଟ୍ରାକ୍ଟର ସହ ୨ଟି ବାଇକ ଜବତ କରି ୫ଜଣଙ୍କୁ ଅଟକ ରଖିଛି । କରୋନା ସମୟରେ କେତେକ ଅସାଧୁ ବାଲି ମାଫିଆ ରାତାରାତି ବାଲି ଚୋରା ଚାଲାଣ କରୁଥିବା ବାରମ୍ବାର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପାଇବାରେ ଜଗତସିଂହପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନମ୍ବର ବିହୀନ ଟ୍ରାକ୍ଟରକୁ ଜବତ କରିଛନ୍ତି ।

Leave A Reply

Your email address will not be published.