Masthead

ଆଜି ସନ୍ଧ୍ୟା ଦର୍ଶନ, ଭକ୍ତମାନେ ପାଇବେ ଠାକୁରଙ୍କ ଅନ୍ତିମ ଆଡ଼ପ ଦର୍ଶନ

ପୁରୀ (ବଡ଼ ଖବର ବ୍ୟୁରୋ): ରବିବାର ସନ୍ଧ୍ୟା ଦର୍ଶନ । ଗୁଣ୍ଡିଚା ଘରେ ଭକ୍ତମାନେ ଠାକୁରଙ୍କ ଅନ୍ତିମ ଆଡ଼ପ ଦର୍ଶନ ପାଇବେ। ଚଳିତ ବର୍ଷ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ରହୁଛି । ଏଣୁ ସନ୍ଧ୍ୟା ତଥା ଶେଷ ଦର୍ଶନରେ ମାତ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି। ସନ୍ଧ୍ୟା ଦର୍ଶନ ପରଦିନ ବାହୁଡ଼ା ଯାତ୍ରା । ଏଣୁ ଠାକୁରଙ୍କ ନୀତି ଶୃଙ୍ଖଳା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ କଟକଣା କରାଯାଇଛି। ଆଜି ୫ଟା ପରେ ସନ୍ଧ୍ୟା ଦର୍ଶନ ବନ୍ଦ ।

ସୋମବାର ବାହୁଡା ଯାତ୍ରା ରହୁଥିବାରୁ ଆଜି ସନ୍ଧ୍ୟା ପରଠାରୁ ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପମଣ୍ଡପରୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ପୁରୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ସିଂହଦ୍ୱାର ବ୍ୟାରିକେଡ୍ ଦେଇ ଭକ୍ତମାନେ ଗୁଣ୍ଡିଚା ଘରକୁ ଯାଇ ଶୃଙ୍ଖଳିତ ଠାକୁର ଦର୍ଶନ କରିବେ । ରଥଯାତ୍ରା ଅବସରରେ ଜନ୍ମବେଦିରେ ଠାକୁରଙ୍କ ଏହା ଶେଷ ଦର୍ଶନ ।

ଏହି ଦିନ ଠାକୁରଙ୍କୁ ଦର୍ଶନ କଲେ ଭକ୍ତର ଅଶେଷ ପୁଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି । ସକାଳ ୫ଟାରୁ ଠାକୁରଙ୍କ ଭିତରକାଠ ଓ ବାହାର କାଠ ଦର୍ଶନ ଚାଲିବ । ସେଦିନ ଟିକେଟଧାରୀଙ୍କୁ ଗର୍ଭଗୃହ ଦର୍ଶନ ମନା ରହିଥିଲେ ସୁଦ୍ଧା ସେବାୟତ ଘର ମହିଳାମାନେ ସ୍ୱତନ୍ତ୍ର ସୁବିଧା ପାଇବେ । ଦର୍ଶନ ବନ୍ଦ ପରେ ମଧ୍ୟ ନାକଚଣା ଦ୍ୱାର ଖୋଲା ରହି ଭକ୍ତଙ୍କୁ ଆନନ୍ଦବଜାରକୁ ପ୍ରବେଶ ପାଇଁ ସୁବିଧା ଦିଆଯିବ । ସନ୍ଧ୍ୟା ଦର୍ଶନରେ ଅଧିକ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟି ଦେଇ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ