Masthead

ପ୍ରଶାସନର ଅଜବ ନୀତି, ସନ୍ଧ୍ୟା ପୂର୍ବରୁ ସରିବ ସନ୍ଧ୍ୟା ଦର୍ଶନ

ପୁରୀ (ବଡ଼ ଖବର ବ୍ୟୁରୋ): ଅପରାହ୍ନ ୫ଟାରୁ ବନ୍ଦ ରହିବ ସନ୍ଧ୍ୟା ଦର୍ଶନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି । ବାହୁଡ଼ା ପ୍ରସ୍ତୁତି ପାଇଁ ସଅଳ ଦର୍ଶନ ବନ୍ଦ କରିବାକୁ ପଡୁଛି କହିଛନ୍ତି ଶୀ ଦାସ । ଅନ୍ୟପଟେ, ପ୍ରତିବର୍ଷ ଆଡ଼ପମଣ୍ଡପରେ ସନ୍ଧ୍ୟାରେ ଠାକୁରଙ୍କୁ ଦର୍ଶନ କରିବାର ବିଧି ରହିଛି । ଏଥିପାଇଁ ଆଡ଼ପମଣ୍ଡପରେ ଏହି ଦର୍ଶନକୁ ସନ୍ଧ୍ୟା ଦର୍ଶନ କୁହାଯାଏ । କିନ୍ତୁ ସନ୍ଧ୍ୟା ପୂର୍ବରୁ ସନ୍ଧ୍ୟାଦର୍ଶନକୁ ଭକ୍ତ ମହଲ ଏହାକୁ ବିରୋଧ କରିବା ସହିତ ଗବେଷକ ମାନେ ମଧ୍ୟ ଏହାକୁ ଏହା ଠିକ ନୁହେଁ କହିଛନ୍ତି । ଆସନ୍ତା ୨୭ରେ ଗୁଣ୍ଡିଚା ମନ୍ଦିରରେ ନବମୀ ସନ୍ଧ୍ୟା ଦର୍ଶନ। ଅପରାହ୍ନ ୫ ଟା ଯାଏଁ ହିଁ ଦର୍ଶନ ଚାଲିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ସମ୍ପାଦକ ଏନେଇ ସୂଚନା ଦେଇଛନ୍ତି। ସକାଳ ୭ ଟା ରୁ ଅପରାହ୍ନ ୫ ଟା ଯାଏଁ ହିଁ ଦର୍ଶନ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଅପରାହ୍ନ ୫ ଟା ପରେ ଭକ୍ତମାନଙ୍କୁ ଆଉ ଦର୍ଶନ ମିଳିବ ନାହିଁ। ବାହୁଡା଼ ଯାତ୍ରା ପାଇଁ ସେନାପଟା ଲାଗି, ଚାରମାଳ ବନ୍ଧା ଆଦି ନୀତି ସଂପନ ହେବ ବୋଲି ଶ୍ରୀ ଦାସ କହିଛନ୍ତି । ଶ୍ରୀମନ୍ଦିର, ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଅପରାହ୍ନ ୫ ଟା ପରେ ଗୁଣ୍ଡିଚା ମନ୍ଦିର ଭିତରେ ଥିବା ଭକ୍ତ ଦର୍ଶନ ସୁଯୋଗ ପାଇବେ। ବଡ଼ଦାଣ୍ଡରେ କିମ୍ବା ବ୍ୟାରିକେଡ଼ରେ ଥିବା ଭକ୍ତ ଆଉ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଓ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି