Masthead

ପ୍ରଶାସନର ଅଜବ ନୀତି, ସନ୍ଧ୍ୟା ପୂର୍ବରୁ ସରିବ ସନ୍ଧ୍ୟା ଦର୍ଶନ

ପୁରୀ (ବଡ଼ ଖବର ବ୍ୟୁରୋ): ଅପରାହ୍ନ ୫ଟାରୁ ବନ୍ଦ ରହିବ ସନ୍ଧ୍ୟା ଦର୍ଶନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି । ବାହୁଡ଼ା ପ୍ରସ୍ତୁତି ପାଇଁ ସଅଳ ଦର୍ଶନ ବନ୍ଦ କରିବାକୁ ପଡୁଛି କହିଛନ୍ତି ଶୀ ଦାସ । ଅନ୍ୟପଟେ, ପ୍ରତିବର୍ଷ ଆଡ଼ପମଣ୍ଡପରେ ସନ୍ଧ୍ୟାରେ ଠାକୁରଙ୍କୁ ଦର୍ଶନ କରିବାର ବିଧି ରହିଛି । ଏଥିପାଇଁ ଆଡ଼ପମଣ୍ଡପରେ ଏହି ଦର୍ଶନକୁ ସନ୍ଧ୍ୟା ଦର୍ଶନ କୁହାଯାଏ । କିନ୍ତୁ ସନ୍ଧ୍ୟା ପୂର୍ବରୁ ସନ୍ଧ୍ୟାଦର୍ଶନକୁ ଭକ୍ତ ମହଲ ଏହାକୁ ବିରୋଧ କରିବା ସହିତ ଗବେଷକ ମାନେ ମଧ୍ୟ ଏହାକୁ ଏହା ଠିକ ନୁହେଁ କହିଛନ୍ତି । ଆସନ୍ତା ୨୭ରେ ଗୁଣ୍ଡିଚା ମନ୍ଦିରରେ ନବମୀ ସନ୍ଧ୍ୟା ଦର୍ଶନ। ଅପରାହ୍ନ ୫ ଟା ଯାଏଁ ହିଁ ଦର୍ଶନ ଚାଲିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ସମ୍ପାଦକ ଏନେଇ ସୂଚନା ଦେଇଛନ୍ତି। ସକାଳ ୭ ଟା ରୁ ଅପରାହ୍ନ ୫ ଟା ଯାଏଁ ହିଁ ଦର୍ଶନ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଅପରାହ୍ନ ୫ ଟା ପରେ ଭକ୍ତମାନଙ୍କୁ ଆଉ ଦର୍ଶନ ମିଳିବ ନାହିଁ। ବାହୁଡା଼ ଯାତ୍ରା ପାଇଁ ସେନାପଟା ଲାଗି, ଚାରମାଳ ବନ୍ଧା ଆଦି ନୀତି ସଂପନ ହେବ ବୋଲି ଶ୍ରୀ ଦାସ କହିଛନ୍ତି । ଶ୍ରୀମନ୍ଦିର, ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଅପରାହ୍ନ ୫ ଟା ପରେ ଗୁଣ୍ଡିଚା ମନ୍ଦିର ଭିତରେ ଥିବା ଭକ୍ତ ଦର୍ଶନ ସୁଯୋଗ ପାଇବେ। ବଡ଼ଦାଣ୍ଡରେ କିମ୍ବା ବ୍ୟାରିକେଡ଼ରେ ଥିବା ଭକ୍ତ ଆଉ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଓ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା