ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସିଲା ଦୁଃଖଦ ଖବର । ସଂଗ୍ରାମ ଜେନାଙ୍କ ପରଲୋକ । ରାଜ୍ୟର ପୂର୍ବତନ ଯୁବ କଂଗ୍ରେସ ସଭାପତି ଥିଲେ ସଂଗ୍ରାମ । ଏହାଛଡା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ଥିଲେ ସଂଗ୍ରାମ ।
ତେବେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ହାଇଦ୍ରାବାଦରେ ଚାଲିଥିଲା ଇସିଏମଓ ଚିକିତ୍ସା । ମାତ୍ର ୪୪ବର୍ଷ ବୟସରେ ସଂଗ୍ରାମଙ୍କର ପରଲୋକ ଘଟିଛି ।