ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୪ରେ ଭାରତ-ପାକ ମଧ୍ୟରେ ହେବ ଟି-୨୦ । ସମସ୍ତଙ୍କ ନଜର ମ୍ୟାଚରେ ରହିଥିବାବେଳେ ଟେନିସ ତାରକା ସାନିଆ ମିର୍ଜା ସେହି ଦିନ ନିଜକୁ ସୋସିଆଲ ମିଡିଆ ଠାରୁ ଦୂରରେ ରଖିବା ପାଇଁ ଯୋଜନା କରୁଛନ୍ତି । ମ୍ୟାଚ ପୂର୍ବରୁ ଯାହା ସେ ଇନଷ୍ଟାଗ୍ରାମରେ ଏକ ରିଲ ସେୟାର କରିଛନ୍ତି । ସେ କହିଛନ୍ତି ‘ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଦିନ ମୁଁ ସୋସିଆଲ ମିଡିଆରୁ ଗାଏବ ରହିବି ।
ସେ ରିଲର କ୍ୟାପସନ୍ କରି ବିଦାୟ ଲେଖିଛନ୍ତି ।ତେବେ ଟି -୨୦ ବିଶ୍ୱକପ ମ୍ୟାଚ ଦିନ ଭାରତର ଟେନିସ ଖେଳାଳି ସାନିଆ ମିର୍ଜା ସୋସିଆଲ ମିଡିଆଠାରୁ ଦୂରରେ ରହିବାକୁ ଯୋଜନା କରୁଛନ୍ତି । ଭାରତ ପାକିସ୍ତାନ ମ୍ୟାଚ୍ ଦିନ ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିବା ଖରାପ ପରିବେଶ ଯୋଗୁଁ ସେ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁଇ ବର୍ଷ ପରେ ଭାରତ ଏବଂ ପାକିସ୍ତାନ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ।