Masthead

ରାଜନୀତି କରିବେ ସଞ୍ଜୟ ଦତ୍ତ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏଥର ନିର୍ବାଚନ ଲଢ଼ିବେ ବଲିଉଡର ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତ। ସେ କଂଗ୍ରେସ ଟିକେଟ୍‌ରେ ହରିଆଣାର ଯୁମାନଗର ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ଦୀର୍ଘ ଦିନ ହେବ ଏଭଳି କିଛି ଚର୍ଚ୍ଚା ଲାଗିଛି। ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଲଗାଇଛନ୍ତି ଖୋଦ୍‌ ଅଭିନେତା ସଞ୍ଜୟ ଦତ୍ତ। ଚଳିତ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଖବରକୁ ସଞ୍ଜୟ ଦତ୍ତ ଖଣ୍ଡନ କରିଛନ୍ତି। ସେ ନିର୍ବାଚନ ଲଢ଼ିବା ଖବର ସତ ନୁହେଁ। ଏହା କେବଳ ଏକ ଗୁଜବ ବୋଲି ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।

ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସଞ୍ଜୟ ଦତ୍ତଙ୍କ ମୋଟ ସମ୍ପତ୍ତି ୩୦୦ କୋଟିରୁ ଅଧିକ ଅଟେ । ତାଙ୍କ ପିତା ଏବଂ ଭଉଣୀ ରାଜନୀତିରେ ଅଛନ୍ତି । ତେବେ ବର୍ତ୍ତମାନ ସଞ୍ଜୟଙ୍କର ଏଭଳି ଯୋଜନା ନାହିଁ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ହରିୟାଣାର କର୍ଣ୍ଣଲ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । କଂଗ୍ରେସ ଦଳ ଏହି ଆସନରୁ ସଞ୍ଜୟ ଦତ୍ତଙ୍କୁ ଟିକେଟ୍ ଦେଇପାରିବ ବୋଲି ଆଲୋଚନା ହୋଇଥିଲା । ଏପରିକି ତାଙ୍କ ନାମ ଚୂଡ଼ାନ୍ତ ହୋଇଛି ବୋଲି କୁହାଯାଇଥିଲା । ତଥାପି, ସଞ୍ଜୟ ଦତ୍ତ ଏସବୁକୁ ସ୍ପଷ୍ଟ କରି କହିଛନ୍ତି ।

ମୁଁ ମୋର ରାଜନୀତିରେ ଯୋଗଦେବା ବିଷୟରେ ସମସ୍ତ ଗୁଜବକୁ ଦ ଏଣ୍ଡ କରିବାକୁ ଚାହୁଁଛି । ମୁଁ କୌଣସି ରାଜନୈତିକ ଦଳରେ ଯୋଗ ଦେଉନାହିଁ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରୁନାହିଁ । ଯଦି ମୁଁ କେବେ ରାଜନୀତିରେ ଯୋଗ ଦେବି, ଯଦି ମୁଁ ଆସିବାକୁ ସ୍ଥିର କରେ ସେ ବିଷୟରେ ମୁଁ ପ୍ରଥମେ ଜଣାଇବି । ମୋ ବିଷୟରେ ଖବରରେ ଯାହା ଘଟୁଛି ବିଶ୍ୱାସ କର ନାହିଁ ।ସଞ୍ଜୟ ଦତ୍ତଙ୍କ ବାପା ଦିବଙ୍ଗତ ସୁନୀଲ ଦତ୍ତ ମୁମ୍ବାଇରୁ ସାଂସଦ ଓ ମନ୍ତ୍ରୀ ଥିଲେ। ତାଙ୍କ ଭଉଣୀ ପ୍ରିୟା ଦତ୍ତ ମଧ୍ୟ ସାଂସଦ ଥିଲେ। ହରିଆଣା ସହ ସଞ୍ଜୟ ଦତ୍ତଙ୍କ ସ୍ୱତନ୍ତ୍ର ସମ୍ପର୍କ ରହିଛି। ଏଠାକାର ଯମୁନାନଗରରେ ତାଙ୍କ ପୌତୃକ ଘର ଅଛି। ତେଣୁ ଏଠୁ କଂଗ୍ରେସ ତାଙ୍କୁ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି