୬ ମାସ ଜେଲ ଜୀବନ କେମିତି ଥିଲା ବଖାଣିଲେ ସଞ୍ଜୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜେଲ୍‌ରେ ୬ ମାସ କେମିତି କାଟିଥିଲେ ବଖାଣିଲେ ଆପ ଏମପି ସଞ୍ଜୟ ସିଂ । ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ରାଜ୍ୟ ସଭା ସଦସ୍ୟ ସିଂଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପ୍ରାୟ ୬ ମାସ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ସେ ବୁଧବାର ତିହାର ଜେଲ୍‌ରୁ ବାହାରିଥିଲେ। ଏକ ସାକ୍ଷାତକାରରେ ସେ ତିହାରରେ ବିତାଇଥିବା ଦିନଗୁଡ଼ିକୁ ମନେ ପକାଇଛନ୍ତି।

ସେ କହିଛନ୍ତି, ଛୋଟ କୋଠରିରେ ପ୍ରଥମ ୧୧ ଦିନ ବହୁତ କଷ୍ଟସାଧ୍ୟ ଥିଲା । ଆମକୁ ବାହାରକୁ ଯିବାକୁ ଦିଆଯାଇ ନ ଥିଲା। ମୁଁ ପୋଲିସର ସୁରକ୍ଷା ଅଧୀନରେ ଥିଲି। ଏହା ପରେ ମୁଁ ଜେଲ୍‌ ପ୍ରଶାସନ ସହ କଥା ହୋଇ ଜଣେ ସାଧାରଣ କଏଦୀ ଭାବରେ ମୋତେ ଅଧିକାର ପ୍ରଦାନ କରିବାକୁ ଦାବି କରିଥିଲି। ସେ କହିଛନ୍ତି, ଏହା ପରେ ତାଙ୍କୁ ପୋଲିସର ସୁରକ୍ଷା ଅଧୀନରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସେଲରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଥିଲା। ପରେ ସେମାନେ ମୋତେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ମ୍ୟୁଜିକ ରୁମ୍‌, ବ୍ୟାଡମିଣ୍ଟନ କୋର୍ଟକୁ ଯିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିଲେ।

ଖାଦ୍ୟ ସହ ଜଡ଼ିତ ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଥିଲା। ମୋ’ ପାଖରେ ଫୋନ୍‌ ନ ଥିବାରୁ ଜେଲ୍‌ରେ ସବୁ ସମୟ ବହି ପଢ଼ାରେ କାଟିଥିଲି। ମୁଁ ସେହି ୬ ମାସ ମଧ୍ୟରେ ନେଲ୍‌ସନ୍‌ ମଣ୍ଡେଲା, ମହାତ୍ମା ଗାନ୍ଧୀ, ଡକ୍ଟର (ରାମ ମନୋହର) ଲୋହିଆ, ଭାଗବତ ସିଂଙ୍କ ପୁସ୍ତକ ପଢ଼ିଥିଲି। ତିହାରରେ ବିତାଇବା ପରେ ତାଙ୍କର ମନୋବଳ ବହୁତ ବୃଦ୍ଧି ପାଇଥିବା କହିଛନ୍ତି ସଞ୍ଜୟ ସିଂ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ବରିଷ୍ଠ ଆପ ନେତା ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜେନା ମଧ୍ୟ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ