Before Header

କଂଗ୍ରେସରେ ପୁଣି ନିରଂଜନ ହଟାଓ ନାରା

0 134

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସରେ ପୁଣି ନିରଂଜନ ହଟାଓ ନାରା ତେଜିବା ଆରମ୍ଭ କରିଛି । ରାଜ୍ୟ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ଦାବିରେ ଦିଲ୍ଲୀରେ ଡେରା ପକେଇଛନ୍ତି ନେତା । ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଭୁବନେଶ୍ୱରରେ ଥିବାବେଳେ କଂଗ୍ରେସର ୫ଜଣିଆ ଟିମ ଦିଲ୍ଲୀରେ ପହଞ୍ଚିଛନ୍ତି । ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟି ପିସିସି ସଭାପତି ପରିବର୍ତ୍ତନ ନେଇ ସେମାନେ ଦାବି ଜଣାଇଛନ୍ତି । ଏହି ଟିମରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ମନ୍ତ୍ରୀ ରବୀନ୍ଦ୍ର ସେଠୀ, ପୂର୍ବତନ ସାଂସଦ ରମାକାନ୍ତ ଦିଗଲ, ପୂର୍ବତନ ବିଧାୟକ କୁମାର ଚିଞ୍ଜୀବୀଙ୍କ ସମେତ ଚିନ୍ମୟ ବେଉରା ବି ଅଛନ୍ତି । ଦଳର ସୁପ୍ରିମୋ ଏହି ଦାବି ଜଣାଇବାର ସମ୍ଭାବନା ରହିଛି ।

 

Leave A Reply

Your email address will not be published.