Before Header

ଜନ ଶୁଣାଣି ନାଁ ରେ ଜନସଭା କରୁଛନ୍ତି: ସନ୍ତୋଷ ସିଂ ସାଲୁଜା

0 10

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ୫ଟି ସଚିବଙ୍କ ୨୦ ଟି ଜିଲ୍ଲା ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାକୁ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି ଏହା ଜମା ବି ଜନ ଶୁଣାଣି ନୁହେଁ ଜନସଭା । ବ୍ୟକ୍ତିଗତ ସଚିବ ଜନସଭାକୁ ନେଇ ବିବାଦ ବାଢିବାରୁ ଜନ ଶୁଣାଣି ନାଁ ରେ ୟୁ ଟର୍ନ ମାରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବିଡ଼ିଓ ଙ୍କଠୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସୋମବାର ଅଭିଯୋଗ ଶୁଣାଣି କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବି ଅଛି ତେବେ ବର୍ତ୍ତମାନ ପୁଣି ଏହି ଜନ ଶୁଣାଣିର କ’ଣ ଆବଶ୍ୟକ ପଡ଼ିଲା । ଯଦି ଇମିଡିଏଟ ସମସ୍ୟାର ସମାଧାନ ହେଉଛି ତେବେ ପୂର୍ବରୁ କ’ଣ ହେଉଥିଲା । ୫ଟି ସଚିବ ଗଲେ ଯଦି ତୁରନ୍ତ ସମାଧାନ ହେଇ ଯାଉଛି ତେବେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗଲେ କ’ଣ ହେଉଥିଲା ବୋଲି ପ୍ରଶ୍ନ କଲେ ସାଲୁଜା । ୫ଟି ସଚିବ ଜନ ଶୁଣାଣିରେ ଯାଉ ନାହାଁନ୍ତି ବରଂ ନିର୍ବାଚନ ସଭା କରିବାକୁ ଯାଉଛନ୍ତି ।

ଭୋଟ ପ୍ରଚାର କେମିତି ହେବ, କେଉଁ କାମ ବାକି ଅଛି, କଣ ନୂଆ ଘୋଷଣା କରିବା ଦରକାର, ଏବଂ ବିଧାୟକ ଓ ସାଂସଦ ଟିକେଟ କାହାକୁ ଦେଲେ ଜିତିବ ସେ ସବୁ ଫିଡ଼ ବ୍ୟାକ ନେଇ ସେ ଫେରୁଛନ୍ତି । ଏହା ଦ୍ୱାରା ରାଜ୍ୟର କିଛି ବି ଉନ୍ନତି ହେବନି । ଜନ ଶୁଣାଣି ନାଁ ରେ ଜନ ସଭା କରୁଛନ୍ତି ।

Leave A Reply

Your email address will not be published.