Masthead

ଆଜି ଜହ୍ନରେ ଭାରତ ଲେଖିବ ନାଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଇତିହାସ ରଚିବ ଇସ୍ରୋ । ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଠିକ୍ ୧୦ ଘଣ୍ଟା ପରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ସମସ୍ତଙ୍କ ମନରେ ଖୁସିର ଲହରୀ । ଅପେକ୍ଷା ସେହି ବିଶେଷ ମୂହୁର୍ତ୍ତକୁ । ଏଥି ପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା । ଆଜି ସନ୍ଧ୍ୟା ୬ଟା ୪ରେ ହିଁ ଏହା ଅବତରଣ କରିବ । ଗତ ରବିବାର ଏହି ମିସନର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ ବା ଗତିବେଗ ହ୍ରାସ ସଫଳତାର ସହ ସମ୍ପାଦନ କରାଯାଇଥିଲା । ଏହାର ଗତିବେଗ ନିୟନ୍ତ୍ରଣ ପ୍ରକ୍ରିୟା ଯଥାରୀତି ଜାରି ରହିଛି । ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି ଏବଂ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଏହା ସବୁ ଦିଗରୁ ସମର୍ଥ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।

ସେପଟେ ଶେଷ ୧୫ ମିନିଟ ବହୁ ଗୁରୁତ୍ୱପୂର୍ଣ୍ଣ । କାରଣ ଚନ୍ଦ୍ରରେ ପର୍ୟ୍ୟାପ୍ତ ବାୟୁ ନାହିଁ । ଅତ୍ୟଧିକ ଧୂଳି ରହିଛି । ତେଣୁ ଚନ୍ଦ୍ରରେ ହେଉ ଅବା ମଙ୍ଗଳଗ୍ରହରେ କୌଣସି ମହାକାଶଯାନ ଓହ୍ଲାଇଥାଏ ସେଠାରେ ବେଗ ଧୀମା କରିବାକୁ ପଡିଥାଏ । ଏହାଦ୍ୱାରା ଯେଉଁ ସ୍ଥାନରେ ଓହ୍ଲାଇବାକୁ ନିଷ୍ପତ୍ତି ହୋଇଥିବ ସେଠାରେ ଓହ୍ଲାଇ ହେବ । ତେଣୁ ସଫ୍ଟ ଲ୍ୟାଣ୍ଡିଂ ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପଟେ ଦକ୍ଷିଣ ପୋଲରେ ପହଞ୍ଚିବାରେ ବିଶ୍ୱର ପ୍ରଥମ ଦେଶ ଭାବରେ ଇତିହାସ ସୃଷ୍ଟି କରିବ। ଆମେରିକା, ପୂର୍ବତନ ସୋଭିଏତ୍‌ ସଂଘ ଏବଂ ଚାଇନା ଚନ୍ଦ୍ର ପୃଷ୍ଠରେ ‘ସଫ୍ଟ ଲ୍ୟାଣ୍ଡିଂ’ କରିଛନ୍ତି କିନ୍ତୁ ଚନ୍ଦ୍ରର ଦକ୍ଷିଣ ପୋଲାର ଅଞ୍ଚଳରେ ସେମାନଙ୍କର‘ସଫ୍ଟ ଲ୍ୟାଣ୍ଡିଙ୍ଗ୍‌’ହୋଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ