Masthead

ଦୁର୍ନୀତିର ରୋଚକ ଚିତ୍ର, ନିଜକୁ ସିକ୍ୟୁରିଟି ଗାର୍ଡ ଦର୍ଶାଇ ଟଙ୍କା ଉଠାଇ ନେଇଛନ୍ତି ଏବେର ସରପଂଚ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଗୋପିନାଥପୁର ପଂଚାୟତ । ଯାହା ସବୁବେଳେ ଚର୍ଚ୍ଚାରେ ଥାଏ ଦୁର୍ନୀତି ପାଇଁ । ଯେତେ ବଡ଼ ଦୁର୍ନୀତିର ଅଭିଯୋଗ ଆସିଲେ ବି ଉପରିସ୍ଥ ପ୍ରଶାସନିକ ଅଧିକାରୀଙ୍କ ଅନୁକମ୍ପା ପାଇଁ ଖସିଯାନ୍ତି ଦୁର୍ନୀତିଗ୍ରସ୍ତ । ଏବେ ଏମିତି ଏକ ରୋଚକ ଦୁର୍ନୀତି ସାମ୍ନାକୁ ଆସିଛି, ଯାହାର ଚର୍ଚ୍ଚା ସମଗ୍ର ଭଦ୍ରକ ଜିଲ୍ଲାରେ ହେଉଛି । କୋଭିଡ ସମୟରେ ଯେତେବେଳେ ଲୋକେ ହାହାକାର ଅବସ୍ଥାରେ ଥିଲେ, ସେତେବେଳେ ବି ସାଧାରଣ ଲୋକଙ୍କ ଟଙ୍କାକୁ ହରିଲୁଟ୍ କରିବାକୁ ପଛାଇନାହାନ୍ତି ଦୁର୍ନୀତିଗ୍ରସ୍ତମାନେ । ବାପୁୁନ ବାରିକ ଏବେ ଯିଏ ଗୋପିନାଥପୁର ପଂଚାୟତ ସରପଂଚ ହୋଇଛନ୍ତି, ତାଙ୍କ ଭାଇ ପୁରୁଷୋତମ ବାରିକ ସେତେବେଳେ ଗୋପିନାଥପୁର ପଂଚାୟତ ଜିଆରଏସ ଥିଲେ । ସେତେବେଳେ କୁଆଡେ କୋଭିଡ ସେଂଟରର ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ ଏବେର ସରପଂଚ । ବାପୁନୁ ବାରିକଙ୍କ ବ୍ୟାଙ୍କ ଖାତାକୁ ଯାଇଛି ସିକ୍ୟୁରିଟି ଗାର୍ଡ ଦରମା ।

ଖାଲି ସେତିକି ନୁହେଁ ତାଙ୍କର ଆଉ ଜଣେ ଭାଇ ସତ୍ୟପ୍ରକାଶ ବାରିକଙ୍କ ଖାତାକୁ ବି ଯାଇଛି ହଜାର ହଜାର ଟଙ୍କା । ବାପୁନୁ ବାରିକ ସେତେବେଳେ କୋଭିଡ ସେଂଟରରେ ସିକ୍ୟୁରିଟି ଗାର୍ଡ ଥିଲେ ଶୁଣି ଅଂଚଳର ସମସ୍ତଙ୍କ ହୋସ୍ ଉଡିଯାଇଛି । ସୂଚନା ଅଧିକାର ଆଇନ ବଳରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଉପରେ ନଜର ପକାନ୍ତୁ । କୋଭିଡ ସେଂଟରରେ ସିକ୍ୟୁରିଟି ଗାର୍ଡ ବାବଦରେ ଦିନକୁ ୩୪୩ ଟଙ୍କା ହିସାବରେ ୫୪ ଦିନର ଡ୍ୟୁଟି ଟଙ୍କା ହିସାବରେ ବାପୁନୁ ବାରିକ ନେଇଛନ୍ତି ୧୮,୫୨୨ ଟଙ୍କା । ଖାଲି ସେତିକି ନୁହେଁ, ତାଙ୍କ ଭାଇ ସତ୍ୟପ୍ରକାଶ ବାରିକ ମଧ୍ୟ କୋଭିଡ ସେଂଟରରେ କୁଆଡେ ସିକ୍ୟୁରିଟି ଗାର୍ଡ ଥିଲେ । ସେ ଦିନକୁ ୩୪୩ ଟଙ୍କା ହିସାବରେ ୯୧ ଦିନ ଡୁ୍ୟଟି କରି ନେଇଛନ୍ତି ୩୧,୨୧୩ ଟଙ୍କା । କୋଭିଡ ସମୟରେ ଗୋପିନାଥପୁର ପଂଚାୟତରେ ଯେଉଁ ଚରମ ସୀମାରେ ଦୁର୍ନୀତି ହୋଇଛି ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନିକ ଅଧିକାରୀ ଏହାକୁ ଆଖି ବୁଜିଦେଇଛନ୍ତି ।

ଗୋପିନାଥପୁର ପଂଚାୟତର ତକ୍ରାଳୀନ ଜିଆରଏସ ତଥା ଏବେର ବିଜେଡି ନେତାଙ୍କ ଚାପ ଆଗରେ ବିଡିଓ, ତହସିଲଦାର ଏପରିକି ଜିଲ୍ଲାପାଳ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହୋଇଆସୁଛି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସମର୍ଥକ ଭାବେ ଜଣାଶୁଣା ପୁରୁଷୋତମ ବାରିକ ଓ ତାଙ୍କ ଭାଇ ବାପୁନ ବାରିକଙ୍କ ମନଇଚ୍ଛା ଦୁର୍ନୀତି ସତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଏନାହିଁ । ଏବେ ପୁଣି ଏକ ତଥ୍ୟ ସାମ୍ନାକୁ ଆସିଛି । ଲୋକଙ୍କ ଟଙ୍କାକୁ ମିଛ ବିଲ୍ କରି ଲୁଟ୍ କରାଯାଇଥିବା ଆରଟିଆଇ ଆବେଦନକାରୀ ଶରତ ସେନାପତି ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଜିଲ୍ଲା ପ୍ରଶାସନ ଆକ୍ସନ ନେବାକୁ ସେ ଦାବି କରିଛନ୍ତି । ରାଜ୍ୟ ୫-ଟି ନାଁରେ ସ୍ୱଚ୍ଛତା ଚାଲିଥିବା କୁହାଯାଉଛି ।

କିନ୍ତୁ ଗୋପିନାଥପୁର ପଂଚାୟତରେ ଦୁର୍ନୀତି ସବୁ ସୀମା ଟପି ସାରିଛି । ହେଲେ ଏଠି ସରପଂଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ କାହିଁକି ପଛାଉଛନ୍ତି ବୋଲି ପ୍ରଶ୍ନ ଉଠୁଛି । ସେହିଭଳିି ନୋଡାଲ ଅଫିସର ଥିବା ଅଜୟ ଖୁଂଟିଆ ଓ ପଂଚାୟତ ନିର୍ବାହୀ ଅଧିକାରୀ ଧୀରେନ୍ଦ୍ର ନାୟକ ମଧ୍ୟ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗ ଉଠିଛି । ସେପଟେ ଏହି ଘଟଣାରେ ସରପଂଚ ବାପୁନ ବାରିକ କହିଛନ୍ତି, ସେ ସେତେବେଳେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ଏଭଳି ପ୍ରତିକ୍ରିୟା ଶୁଣି ଲୋକେ କହୁଛନ୍ତି, ଦୁର୍ନୀତି ଧରାପଡିବା ପରେ ସରଂପଚ ଖୁଲମଖୁଲା ମିଛ କହିବାକୁ ପଛାଉନାହାନ୍ତି । ସରକାର ଏହାର ବିଧିବଦ୍ଧ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ