Masthead

ଏଣିକି ଏକ୍ସରେ କରିପାରିବେ ଅଡିଓ-ଭିଡିଓ କଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏଲନ ମସ୍କଙ୍କ ବଡ଼ ଘୋଷଣା । ଏଣିକି ଏକ୍ସରେ କରିପାରିବେ ଅଡିଓ-ଭିଡିଓ କଲ । ବିଶ୍ୱର ସବୁଠୁ ଲୋକପ୍ରିୟ ଏହି ମାଇକ୍ରୋବ୍ଲଗିଂ ଆପରେ ବ୍ୟବହାରକାରୀଙ୍କ କଲିଂ ସୁବିଧା ପାଇଁ ଏହି ଫିଚର୍ ଆସୁଛି । ଏକ୍ସ ବା ପୂର୍ବର ଟୁଇଟରରେ କରି ହେବ ଅଡିଓ ଓ ଭିଡିଓ କଲ୍ । ଅଡିଓ, ଭିଡିଓ କଲ୍ ସୁବିଧା ନେଇ ଏକ୍ସ ମୁଖ୍ୟ ଏଲନ୍ ମସ୍କଙ୍କ ସୂଚନା । ନିଜ ଏକ୍ସ ହ୍ୟାଣ୍ଡେଲ ଜରିଆରେ ସୂଚନା ଦେଲେ ଏଲନ୍ ମସ୍କ । ଏଲନ୍ ମସ୍କ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି କି, ଏବେ ଏକ୍ସ ମାଧ୍ୟମରେ ଲୋକମାନେ ଅଡିଓ ଓ ଭିଡିଓ କଲ କରିପାରିବେ ।

ଏକ୍ସକୁ ଆସୁଥିବା ଭିଡିଓ ଏବଂ ଅଡିଓ କଲ୍ ଫିଚର୍ ଆଇଓଏସ୍, ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ ପିସିରେ ଉପଲବ୍ଧ ହେବ। ଏଥିପାଇଁ ଫୋନ୍ ନମ୍ବରର କୌଣସି ଆବଶ୍ୟକତା ନାହିଁ। ଏକ୍ସ ବିଶ୍ୱର ଏକ ପ୍ରଭାବଶାଳୀ ଯୋଗାଯୋଗ ମାଧ୍ୟମ। ଏହି କାରଣରୁ ପ୍ଲାଟଫର୍ମରେ ଏପରି ଫିଚର୍ ବେଶ୍ ଗୁରୁତ୍ୱ ବହନ କରିବ।”ନୂତନ ଫିଚର୍ସ ଡାଇରେକ୍ଟ ମେସେଜ୍ (DM) ମେନୁ ମଧ୍ୟରେ ଉପଲବ୍ଧ ହେବ ଏବଂ ଭିଡିଓ କଲିଂ ଅପ୍ସନ୍ ଉପର ଡାହାଣ କୋଣରେ ରହିବ। ନୂତନ ଡିଏମ୍ ମେନୁର ଡିଜାଇନ୍ ଅନ୍ୟ ପ୍ଲାଟଫର୍ମଗୁଡିକ ସହିତ ସମାନ ହେବ, ଯେପରିକି ଫେସବୁକ୍ ମେସେଞ୍ଜର ଏବଂ ହ୍ୱାଟ୍ସଆପରେ ଥାଏ, ଠିକ୍ ସେହିପରି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’